କଟକ ସଦର ( ଆୱାଜ ମିଡିଆ ) – ଶ୍ରୀକାନ୍ତ ବେଉରା : ରାଜନୀତି, କଳା, ସାହିତ୍ୟ, ଅଭିନୟ ସବୁଥିଲେ ସମନ୍ଵୟ ରକ୍ଷା କରି ଆଜି ସେ ଜଣେ ସଫଳ ମଣିଷ । ସେ ଏକାଧାରରେ ସାରସ୍ୱତ ସାଧକ,ଖ୍ୟାତି ସମ୍ପନ୍ନ ରାଜନେତା,ନେତୃତ୍ୱ ନେବାର ମଣିଷ,କଳାହାଣ୍ଡି ମାଟିର କୃତି ସନ୍ତାନ,ବିଶିଷ୍ଟ ଅଭିନେତା,ସମାଜସେବୀ କୃତିବାସ ମୁଣ୍ଡ(ବୁଲୁ) । ପିତା ପ୍ରମୋଦ କୁମାର ମୁଣ୍ଡ ,ମାତା ଅପୂର୍ବ ମୁଣ୍ଡଙ୍କ ପୁତ୍ର ୧୯୮୬ ମସିହାରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଉପକଣ୍ଠ ପିପଲଝାପର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ପେଶାରେ ଜଣେ ଇଲେଟ୍ରିକାଲ କଣ୍ଟ୍ରାକ୍ଟର ଆଉ ନିଶା ତାଙ୍କର ସମାଜସେବା,ସାହିତ୍ୟ ସାଧନା ଏବଂ ଅଭିନୟ । ଜଣେ ମଞ୍ଚ ଅଭିନେତା ଭାବେ ବିଭନ୍ନ ଖୋଲା ମଞ୍ଚରେ ନାୟକ ଭୂମିକାରେ ଅଭିନୟ କରି ନିଜର ଅଭିନୟ କଳା ଓ ସଂଳାପର ଯାଦୁରେ ଦର୍ଶକଙ୍କ ପ୍ରିୟ ଭାଜନ ହୋଇଛନ୍ତି । ସେବାପ୍ରାଣ ମୁଣ୍ଡ ବିଭିନ୍ନ ଅନାଥ ଆଶ୍ରମ ବା ଜରା ଆଶ୍ରମ ସହିତ ଜଡ଼ିତ ହେଇ ନିରୀହଙ୍କ ମୁହଁରେ ହସ ଫୁଟାଇବା ଆଦି ଅନେକ ସାମାଜିକ କାର୍ଯ୍ୟରେ ନିଜର କୃତି ଓ କୀର୍ତ୍ତି ଅତୁଳନୀୟ । ଶୈଶବରୁ ସାହିତ୍ୟ ଅନୁରାଗୀ ଆଉ ସାମାଜିକ ଓ କାଳ୍ପନିକ ନାଟକ ଲେଖିଛନ୍ତି ।ତାଙ୍କ ଲିଖିତ ସୁପର ହିଟ୍ ନାଟକ ଗୁଡିକ ହେଲା କିଏ ଯୋଡ଼ି ଦେବ ଭଙ୍ଗା ଚୁଡ଼ିକୁ, ଦେଇଗଲା ଦାଗ ଅଦିନ ମେଘ, କାହିଁକି କେଜାଣି ଏମିତି ହେଲା,ଭିଜା ବରଷାର ଅବୁଝା କଥା,ବରଷା ରାଣୀର ନୂଆ କାହାଣୀ,ସ୍ମୃତିରେ ସ୍ମୃତିରେ ଆମ ଅନୁଭୂତି,ଚାନ୍ଦିନୀ ରାତିର ଜୀବନ ସାଥି ,ମିଛେଇ ଝିଅ କୁ ଭଲ ପାଇବା ମନା,ଠକି ଦେଲା ମୋତେ ମିଚ୍ଛେଇ ଝିଅ,ଆଦି ଅନେକ ନାଟକ ରେ ଅଭିନୟ କରିଛନ୍ତି । ଜୟ ଭୈରବ ଯୁବକ ସଂଘ ମେଦିନୀପୁର ପ୍ରତି ସେ ସଦା ସର୍ବଦା ଉତ୍ସର୍ଗୀକୃତ । ସେ ଗ୍ରାମାଞ୍ଚଳ ପାଇଁ ମଧ୍ୟ ଅନେକ କାଳ୍ପନିକ ନାଟକ ରଚନା କରିଛନ୍ତି । ସେ ସାହିତ୍ୟ ସଂସ୍କୃତର ଉନ୍ନତି,ପୂଜ୍ୟପୂଜା,ଗ୍ରାମାଂଚଳ ନାଟ୍ୟ ବା ଡ୍ରାମା ସଂସଦ ମାନଙ୍କୁ ସହଯୋଗ ସହ କଳାକାର ମାନଙ୍କୁ ଉତ୍ସାହିତ କରୁଛନ୍ତି । ତାଙ୍କ ଛାତ୍ର ଜୀବନ ଆରମ୍ଭ ହୁଏ ଆଦର୍ଶ ବିଦ୍ୟାଳୟ ପଞ୍ଚାୟତ ହାଇସ୍କୁଲ ହାରାମାଳରୁ ମାଟ୍ରିକ ପରେ ପଞ୍ଚାୟତ କଲେଜ ରେ ସ୍ନାତକରେ ମେଧାଛାତ୍ର ଭାବେ ଶିକ୍ଷା ଗ୍ରହଣ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ନିଜର ଅନନ୍ୟ ପ୍ରତିଭାର ସିକୃତୀ ସ୍ୱରୂପ ସମଗ୍ର ରାଜ୍ୟରେ ଉଚ୍ଚ ପ୍ରଶଂସିତ ଆଉ ବିଭିନ୍ନ ସାମାଜିକ ସଂଗଠନ ଦ୍ବ।ରା ସମ୍ମାନିତ । ତାଙ୍କ ସାଙ୍ଗଠନିକ ଦକ୍ଷତା,ଶୋଭନୀୟ ଭାବଧାରା,ସମାଜ ସଂସ୍କାର ପାଇଁ ଜାଗରଣ,ସାହିତ୍ୟ ସଂସ୍କୃତି ପ୍ରତି ତ୍ୟାଗ ଯାହାକି ସମାଜ ଆଉ ଜାତି ପାଇଁ ଆଣିଦେଇଛି ଗର୍ବ ଆଉ ଗୌରବ ।
ଲୋକପ୍ରିୟ ରାଜନେତା କୃତିବାସ ମୁଣ୍ଡ !!!

