ବାଣପୁର ଅଞ୍ଚଳ ଘଟଣା : ପ୍ରେମିକା ପାଇଁ ପ୍ରେମିକର ଗଲା ଜୀବନ : ୧୫ ଦିନ ପରେ ମହାରାଷ୍ଟ୍ର ରୁ ଫେରିଲା ପ୍ରେମିକର ମର ଶରୀର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧିନସ୍ଥ ଆଦିବାସୀ ବହୁଳ ଦାମିଆଁ ବରବରା ପଞ୍ଚାୟତ ବାଲିକଣିଆଁ ଗାଁ ର ଲକ୍ଷଣ ଶବର ଙ୍କ ପୁଅ ଦେବ ଶବର । ସେ ସେହି ଗ୍ରାମର ଗୋପି ଶବରଙ୍କ ମଝିଆଣି ଝିଅ କୁନି ଶବରକୁ ଦିର୍ଘ ବର୍ଷ ଧରି ଭଲ ପାଇ ଆସୁଥିଲା । ଦୁହିଙ୍କ ବିବାହ ନିମନ୍ତେ ଉଭୟେ ନିଜ ନିଜ ପରିବାରକୁ ମଧ୍ୟ କହିଥିଲେ । କିନ୍ତୁ ପ୍ରେମିକା ପରିବାର ପକ୍ଷରୁ ଏହାକୁ ସିକୃତି ଦେଇ ନଥିଲେ । ଏହାଦ୍ବାରା ଉଭୟଙ୍କ ପରିବାର ରେ ଅସନ୍ତୋଷ ଦେଖା ଦେଇଥିଲା । ଫଳରେ କିଛି ଦିନ ପରେ ପ୍ରେମିକର ବଡ ଭଉଣୀ ସୁମିତ୍ରା ଶବର ମହାରାଷ୍ଟ୍ରରୁ ଆସିବା ପରେ ଗତ ୧୭ ତାରିଖ ଦିନ ସାନ ଭଉଣୀ କୁନି ଶବର ଓ ତାହାର ପ୍ରେମିକ ଦେବରାଜ ଶବରକୁ ସାଥିରେ ଧରି ମହାରାଷ୍ଟ୍ର ନେଇ ଯାଇଥିଲେ । ତେବେ ଦେବରାଜ ସେଠାରେ କିଛିଦିନ ରହିବା ପରେ ଗ୍ରାମକୁ ଫେରି ଆସିବା ନିମନ୍ତେ ଗାଡି ଖର୍ଚ୍ଚ ପାଇଁ ତାଙ୍କ ପରିବାରକୁ ଗତ ୨୮ ତାରିଖରେ ଜଣାଇବା ପରେ ପରିବାର ପକ୍ଷରୁ ୨ ହଜାର ଟଙ୍କା ଫୋନ ପେ ରେ ପଠା ଯାଇଥିଲା । ୨୯ ତାରିଖ ସନ୍ଧ୍ୟାରେ ଖବର ଆସିଥିଲା , ଦେବରାଜ ସନ୍ଧ୍ୟା ୭ ଟା ସମୟରେ ସେଠାରେ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି । ସେ ଗ୍ରାମକୁ ଫେରି ଆସିବା ନିମନ୍ତେ ଘରକୁ ଟଙ୍କା ମଗାଇଥିବା ବେଳେ ଘରଲୋକ ଟଙ୍କା ପଠାଇବା ପରେ କାହିଁକି ଦେବରାଜ ଆତ୍ମହତ୍ୟା କଲା ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଛି । ଅନ୍ୟ ପାଖରେ ଦେବରାଜର ମର ଶରୀରକୁ ବ୍ୟବଛେଦ କରାଯାଇ ମହାରାଷ୍ଟ୍ରରୁ ବାଣପୁରକୁ ଅଣାଯାଇ ଥିବାବେଳେ ପ୍ରେମିକା କୁନି ଶବରର ବଡ ଭଉଣୀ ସୁମିତ୍ରା ଶବର ଓ ତାହାର ସମ୍ପର୍କିୟ ମାନେ ମହାରାଷ୍ଟ୍ରରେ ମାରି ଦେଇଥିବା ବାଣପୁର ଥାନାରେ ଦେବରାଜ ଶବର ର ବଡଭାଇ ମଙ୍ଗରାଜ ଶବର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *