ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଲକ ରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଘେରିଲେ ସାଧାରଣ ଜନତା ! ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପରିସରରେ ଜନ ଶୁଣାଣି ଅନୁଷ୍ଠିତ ହେଉଥିଲା ! ଜନ ଶୁଣାଣିରେ ଯାଜପୁର ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ ବେହୁରିଆ ଉପସ୍ଥିତ ରହିଥିଲେ ! ତେବେ ଏହି ଜନ ଶୁଣାଣୀରେ ସୁକିନ୍ଦା ବ୍ଲକର ପିମ୍ଫୁଡିଆ ପଂଚାୟତର ଶତାଧିକ ମହିଳା ମାନେ ନିଜର ସମସ୍ୟା ନେଇ ଆସିଥିବା ବେଳେ ଏହାର ସମାଧାନ କିମ୍ବା ଏହାକୁ ଅଧିକାରୀ ମାନେ ଗୁରୁତ୍ୱ ଦେଇ ନଥିଲେ । ପରେ ମହିଳା ମାନେ ବ୍ଲକ ପରିସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ନିଜ ଗାଡ଼ିକୁ ବସିବା କୁ ଜିବା ସମୟରେ ତାଙ୍କୁ ଘେରାଉ କରିଥିଲେ । ଏହା ପରେ ନିଜେ ମୁଖ୍ୟ ଉନ୍ନୟନ ଅଧିକାରୀ ଆନ୍ଦୋଳନ କାରିଙ୍କ ସହ ତଳେ ବସି ସେମାନଙ୍କ ଦାବୀ ଶୁଣିବା ସହ ଖୁବ୍ ଶିଘ୍ର ପିମ୍ଫୁଡିଆ ପଂଚାୟତରେ ଚିକିତ୍ସା ସୁବିଧା କରିବା ସହ ଅଂଚଳରେ ବାସ ଗୃହ ପାଇବାରୁ ବାଦ୍ ପଡିଥିବା ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରଙ୍କ ନୂତନ ଯୋଜନାରେ ସାମିଲି କରି ଘର ଯୋଗାଇ ଦେବାକୁ ପ୍ରତିଶୃତି ଦେଇଥିଲେ । ପ୍ରକାଶ ଥାଉକି ଏହି ପିମ୍ଫୁଡିଆ ପଂଚାୟତରେ ପ୍ରାୟତଃ ଆଦିବାସୀ ଶ୍ରେଣୀର ଲୋକ ବସବାସ କରିଥାନ୍ତି । ଗତ କିଛି ଦିନ ହେବ ଅଂଚଳରେ ଅନେକ ଅଜଣା ରୋଗ ସେମାନଙ୍କୁ କଲବଲ କରୁଥିବା ବେଳେ ସମାନଙ୍କ ପାଖରେ ଚିକିତ୍ସା ସୁବିଧା ପଂହଚି ପାରୁନାହିଁ । ଯାହାକୁ ନେଇ ସେମାନେ ଉଦବେଗ ପ୍ରକାଶ କରିବା ସହ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି ।
ସୁକିନ୍ଦା ବ୍ଲକ ରେ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କୁ ଘେରିଲେ ସାଧାରଣ ଜନତା !!!

