ବାଣପୁରରେ “ମହାଶକ୍ତି ମା’ ଭଗବତୀ” ପୁସ୍ତକ ସମର୍ପିତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଓଡ଼ିଶାର ପ୍ରଖ୍ୟାତ ପର୍ଯ୍ୟଟନସ୍ଥଳୀ , ଶକ୍ତିକ୍ଷେତ୍ର ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀ ଙ୍କ ମହିମା ଓ ମନ୍ଦିରର ଇତିହାସ, ନୀତିକାନ୍ତି, ପର୍ବପର୍ବଣୀ, ଜାନିଯାତ କୁ ଆଧାର କରି ବହୁ ଲୋକ କଥା, କିମ୍ବଦନ୍ତୀ , ପୁରାଣ, ଇତିହାସ ରଚିତ ହୋଇଛି । ଓଡ଼ିଶାର ପ୍ରଖ୍ୟାତ ଇତିହାସ ଗବେଷକ, କାଇ ପଦର ମହାବିଦ୍ୟାଳୟର ଅଧ୍ୟାପକ ଡଃ ଜନ୍ମେଜୟ ଚୈଧୁରୀ ଆଜି ପବିତ୍ର ମଙ୍ଗଳବାରରେ ମା’ ଭାଗବତୀଙ୍କ ମହିମା, ମନ୍ଦିରର ଐତିହ୍ୟ,ସଂସ୍କୃତି ପରମ୍ପରା, ଜାନିଯାତ୍ରା, ପର୍ବପର୍ବାଣୀ ଓ ବାଣପୁରରେ ଶାକ୍ତ ପରମ୍ପରା ସମ୍ବଳିତ ଅତି ସୁନ୍ଦର ଗବେଷଣା ଲବ୍ଧ ଲୁକ୍କାୟିତ ତଥ୍ୟ ଭିତିକ ଉପାଦେୟ ପୁସ୍ତକ “ମହାଶକ୍ତି ମା’ ଭଗବତୀ”ଙ୍କ ନାମରେ ନାମିତ ପୁସ୍ତକଟିକୁ ଆଣି ଆଜି ମା’ଙ୍କ ପୂଜାର୍ଚ୍ଚନା ପୂର୍ବକ ଚରଣାରବିନ୍ଦରେ ସମର୍ପିତ କରି ଶ୍ରୀ ଶ୍ରୀଦକ୍ଷେଶ୍ଵର ଭଗବତୀ ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ବାଳମୁକୁନ୍ଦ ଦାସ, ମା’ଙ୍କ ମୁଖ୍ୟ ପୂଜକ ପଣ୍ଡିତ କୃତିବାସ ପରିଚ୍ଛା ସାଆନ୍ତ, ଅଙ୍ଗଲାଗି ସେବକ ଭାସ୍କର ନାୟକ, ମନ୍ଦିର ପାଞ୍ଜିକାର ରତ୍ନାକର ଖଡିରତ୍ନଙ୍କ କରକମଳରେ ଲୋକାର୍ପିତ କରିଛନ୍ତି । ମୟୂର ଝାଲିଆ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସହଦେବ ନାୟକ ଏହି କାର୍ଯ୍ୟକ୍ରମକୁ ସଂପାଦନ କରିଥିବା ବେଳେ ମନ୍ଦିର ର ବହୁ ନିଯୋଗୀ ସେବାୟତ, ପାଳିଆ ମାଳି ଅକ୍ଷୟ ନାୟକ ପୁସ୍ତକଟିର ଲୋକା ଦ୍ରୁତି କାମନା କରି ମା’ଙ୍କ ପାଖରେ ପ୍ରଦୀପ ପ୍ରଜ୍ଜୋଳନ ପୂର୍ବକ ସମୂହ ପ୍ରାର୍ଥନା କରିଥିଲେ । ବହୁ ସଂଗୃହୀତ ତଥ୍ୟରେ ପରିପୂର୍ଣ୍ଣ ଏହି ପୁସ୍ତକଟି ମା’ଙ୍କୁ ଦର୍ଶନ କରିବାକୁ ଆସୁଥିବା ଏବଂ ମା’ଙ୍କ ସଂପର୍କରେ ଜାଣିବାକୁ ଚାହୁଁ ଥିବା ଶ୍ରଦ୍ଧାଳୁ ମାନଙ୍କ ମନରେ ସୃଷ୍ଟି ହେଉଥିବା ଜିଜ୍ଞାସ କୁ ନିଶ୍ଚୟ ପରିପୂର୍ଣ୍ଣ କରିବ ବୋଲି ଆଶା କରାଯାଏ ।

Leave a Reply

Your email address will not be published. Required fields are marked *