ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର : ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ଅଞ୍ଚଳ ମୂରବୀ ବୁଲେଇ ବେହେରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସମସ୍ୟା ଘେରରେ ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର ! ସମାଧାନ ପାଇଁ ସରକାରଙ୍କୁ ନିବେଦନ କଲେ ଅଞ୍ଚଳ ମୂରବୀ ବୁଲେଇ ବେହେରା ! କଟକ ସଦର ୪୨ମୌଜା ଦଧିବାମନପୁର ପ୍ରାଣୀ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର ଅଧୀନରେ ଦଧିବାମନପୁର ଓ ବ୍ରହ୍ମପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ସମୂହର ହିତାଧିକାରୀ ମାନେ ସେମାନଙ୍କ ଗୃହ ପାଳିତ ପଶୁ ପକ୍ଷୀ ମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ଓ ଚିକିତ୍ସା ଆଦି ପାଇଁ ଏହି କେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ୨୦୧୯ ମସିହାରୁ ଏସ୍.କେ.ଇଝାର୍ ଏହି କେନ୍ଦ୍ରରେ ଏଲ୍.ଆଇ ଭାବେ କାର୍ଯ୍ୟରତ। ଦୁଇ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ବିଭିନ୍ନ ଗ୍ରାମକୁ ଯାଇ ଲୋକ ମାନଙ୍କର ଗାଈ, ମଇଁଷି, ବାଛୁରୀ, ମେଣ୍ଢା, ଛେଳି ଇତ୍ୟାଦିଙ୍କୁ ଆବଶ୍ୟକୀୟ ଚିକିତ୍ସା ଓ ଟୀକାକରଣ କରିବା ନିମନ୍ତେ ଏଲ.ଆଇଙ୍କ ସହ ଏକ ସହକାରୀ କର୍ମଚାରୀଙ୍କ ବିଶେଷ ଆବଶ୍ୟକତା ଅଛି । ମାତ୍ର ଦୀର୍ଘ ବର୍ଷ ହେବ ଏଠାରେ ସହକାରୀ କିମ୍ବା ରାତ୍ର ଜଗୁଆଳ କେହି ନାହାନ୍ତି । ଗତ ସପ୍ତାହରେ ଏହି କେନ୍ଦ୍ରର ଅଫିସ୍ ପଛ ଲୁହା ଗେଟ୍ କୁ ଭାଙ୍ଗି କେହି ଚୋରି କରିନେଇ ଥିବାରୁ ଉକ୍ତ ଅଫିସ୍ ପକ୍ଷରୁ ଥାନାରେ ଏତଲା ହୋଇଥଲା । ଏପରିକି ଦୀର୍ଘ ବର୍ଷ ହେବ ଏହି କେନ୍ଦ୍ରକୁ ବିଦ୍ୟୁତ୍ ସଂଯୋଗ ଓ ପିଇବା ପାଣିର ସୁବିଧା ନାହିଁ । ଚଳିତ ବର୍ଷ ଦଧିବାମନପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୋଛୟତଙ୍କ ଉଦ୍ୟମରେ ଏହି କେନ୍ଦ୍ରକୁ ପିଇବା ପାଣି ସଂଯୋଗ ହୋଇଅଛି । କିନ୍ତୁ ବିଦ୍ୟୁତ୍ ସଂଯୋଗ ପାଇଁ ବିଭାଗୀୟ ଅଧିକାରୀଙ୍କ ବିହିତ ମଞ୍ଜୁର ଆବଶ୍ୟକ । ଏଣୁ ଉପରୋକ୍ତ ବିଷୟକୁ ଗୁରୁତର ସହ ବିଚାରକୁ ନେଇ ଏହି କେନ୍ଦ୍ରକୁ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ କରାଇବା ସହ ଜଣେ ରାତ୍ର ଜଗୁଆଳ ଓ ଜଣେ ସହକାରୀ କର୍ମଚାରୀଙ୍କୁ ଏଠାରେ ନିୟୋଜିତ କଲେ ଦୁଇ ଗ୍ରାମ ପଞ୍ଚାୟତର ଗ୍ରାମବାସୀ ମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ୪୨ ମୌଜା ଯାଦବ ମହାସଭା ସଭାପତି ତଥା ୪୨ ମୌଜା ବିକାଶ ପରିଷଦ ଉପଦେଷ୍ଟା ବରିଷ୍ଠ ସମାଜସେବୀ ବୁଲେଇ ବେହେରା ସରକାରଙ୍କ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ପ୍ରେସ୍ ବିବୃତିରେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *