ନାଭାଲ ନୁଆଗଡ଼ ଗ୍ରାମ ଛକ ଠାରେ ସଡ଼କ ଦୁର୍ଘଟଣା : କୋରିଅର ଗାଡି ଚାଳକଙ୍କ ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଗୁରୁବାର ବିଳମ୍ବିତ ରାତିରେ ୧୬ ନମ୍ବର ଜାତୀୟ ରାଜପଥ ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ଠାରୁ ମାତ୍ର ୫୦ ମିଟର ଦୂର ନୁଆଗଡ଼ ଗ୍ରାମ ଛକ ଠାରେ ଏକ କୋରିଅର ଗାଡି କୁ ଏକ ଟ୍ରକ ପଛକୁ ଧକ୍କା ଦେବାରେ କୋରିଅର ଗାଡ଼ିର ଚାଳକଙ୍କ ମୃତ୍ୟୁ ଘଟିଛି । ଘଟଣାରୁ ପ୍ରକାଶ ପ୍ରତ୍ୟେକ ଦିନ ପରି ଗତକାଲି ରାତି ୧୦ ଟା ସମୟରେ ଓଡ଼ି ୦୨ ବିଏଚ ୫୬୬୧ ନମ୍ବର ବିଶିଷ୍ଟ ସାଫକ୍ସ ନାମକ କୋରିଅର ବୋଝେଇ ଟ୍ରକ ଭୁବନେଶ୍ୱର ଠାରୁ ଯାତ୍ରା ଆରମ୍ଭ କରିଥିଲା । ରାସ୍ତାରେ କୋରିଅର ଗୁଡିକୁ ଦେଇ ଗଞ୍ଜାମ ଅଭିମୁଖେ ଯିବା ସମୟରେ ରାତି ପ୍ରାୟ ୧ଟା ବେଳେ ଉକ୍ତ ଟ୍ରକଟି ୧୬ନମ୍ବର ଜାତୀୟ ରାଜପଥ ବାଲୁଗାଁ ବାଇପାସ ରାସ୍ତାର ନାଭାଲ ଫାଣ୍ଡି ନୁଆଗଡ଼ ଗ୍ରାମ ଛକଠାରେ କୌଣସି ଅଜଣା ଟ୍ରକ ପଛକୁ ଧକ୍କା ଦେଇଥିଲା । ଯାହା ଫଳରେ କୋରିଅର ଟ୍ରକର ଚାଳକ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ତାଳବୋଇ ଗ୍ରାମର ଭୀମ ଦଳେଇ (୩୩) ଦୁଇ ଟ୍ରକ ମଝିରେ ଚାପି ହୋଇ ରହି ଯାଇଥିଲେ । ଘଟଣା ସ୍ଥାନରେ ନାଭାଲ ଫାଣ୍ଡି ପୁଲିସ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ଚାଳକ ଶ୍ରୀ ଦଳେଇଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଲୁଗାଁ ସରକାରୀ ମେଡ଼ିକାଲକୁ ନେଇଥିଲେ । ଚିକିତ୍ସା ସମୟରେ ଚାଳକ ଶ୍ରୀ ଦଳାଇଙ୍କ ମୃତ୍ୟୁ ହୋଇଥିଲା । ନାଭାଲ ଫାଣ୍ଡି ପୁଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏ ସମ୍ପର୍କରେ କେଶ ନମ୍ବର ୧୨୯/ ୨୦୨୩ରେ ପୁଲିସ ମାମଲା ରୁଜୁ କରି କୋରିଅର ବୋଝେଇ ଟ୍ରକକୁ ଜବତ କରିଛନ୍ତି । ପୂର୍ବରୁ ଥିବା ଅଜଣା ଟ୍ରକଟି ଘଟଣା ସ୍ଥାନରୁ ଫେରାର ହୋଇ ଯାଇଥିବା ପୁଲିସ କହିଛନ୍ତି।

Leave a Reply

Your email address will not be published. Required fields are marked *