ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଳକ ନନ୍ଦପୁର ପଞ୍ଚାୟତ ସୁନାକେରା ମା ଜେନାଭୂୟାଣୀ ଦେବୀଙ୍କ ପୀଠରେ ଚାରି ଦିନ ଧରି ବିଶ୍ବଶାନ୍ତି ଦେବୀ ମହାଯଜ୍ଞ ଆଚାର୍ଯ୍ୟ ବାମନ ଚରଣ ଦାସ ଙ୍କ ତତ୍ତ୍ଵାବଧାନରେ ପାଳିତ ହୋଇଯାଇଛି ! ପଣ୍ଡିତ ରାମନାଥ ମିଶ୍ର ଅଭିଷେକ , ସୁରେଶ ଚନ୍ଦ୍ର ମହାପାତ୍ର ପୁସ୍ତକ ଆଚାର୍ଯ୍ୟ , ସତ୍ୟଜିତ ପାଢି ଚଣ୍ଡୀ ପାଠକ ଓ ବ୍ରହ୍ମା ଭାବେ ଲକ୍ଷ୍ମୀଧରି ହୋତା ଯଜ୍ଞର ପରିଚାଳନା କରିଥିଲେ ! ଅଭିମନ୍ୟୁ ବସ୍ତି ଏବଂ ତାଙ୍କ ଧର୍ମପତ୍ନୀ ପ୍ରଭାସିନୀ ବସ୍ତି କର୍ତ୍ତା ଭାବେ କାର୍ଯ୍ୟ କରିଥିଲେ । ଯଜ୍ଞ ପ୍ରାରମ୍ଭରୁ ଅଙ୍କୁରାରୋପଣ , କଳସ ଯାତ୍ରା, ସର୍ବ ଦେବା ଦେବୀ ଆବାହନ , ସୂର୍ଯ୍ୟ ପୂଜା , ଅଗ୍ନି ସଂଯୋଗ , ଚଣ୍ଡୀ ପାଠ ଓ ଦେବୀ ଙ୍କର ଷୋଡ଼ଶ ଉପଚାର ପ୍ରଭୃତି କରାଯାଇଥିବା ବେଳେ ପୂର୍ଣ୍ଣାହୁତି ଅବସରରେ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ତେବେ ୪ ଦିନ ବ୍ୟାପି ମହାଯଜ୍ଞ ଚାଲିଥିବା ବେଳ ଉକ୍ତ କାର୍ଯ୍ୟକ୍ରମକୁ ସୁନାକେରା ଗ୍ରାମବାସୀ ପରିଚାଳନା କରିଥିଲେ ।
ବାଣପୁର ସୁନାକେରା ଗ୍ରାମରେ ବିଶ୍ଵଶାନ୍ତି ଦେବୀ ମହାଯଜ୍ଞ !!!

