ବାଲୁଗାଁ ଲୁଣୁପୁଟୁ ଗ୍ରାମରେ ପୋଖରୀରେ ବୁଡି ନାବାଳକ ର ମୃତ୍ୟୁ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପ୍ରଥମ ଶ୍ରେଣୀରେ ପାସ କରିଥିଲେ ଦଶମ ପରୀକ୍ଷା ! ମହାବିଦ୍ୟାଳୟରେ ଲେଖାଇଥାନ୍ତେ ନାମ ! କିନ୍ତୁ ବିଧିର ବିଧାନ ଥିଲା ଅନ୍ୟ ପ୍ରକାରର ! ଅକାଳରେ ଝରି ପଡିଲା ସୁବ୍ରତ ପ୍ରଧାନଙ୍କ ଜୀବନ ! ବାଲୁଗାଁ ସିଙ୍ଗେଶ୍ଵର ପଞ୍ଚାୟତ ରଘୁନାଥପୁର ଲୁଣୁପୁଟୁ ଗ୍ରାମ ର ପ୍ରଶାନ୍ତ ପ୍ରଧାନ ଓ ଝରଣା ପ୍ରଧାନଙ୍କ ବଡପୁଅ ସୁବ୍ରତ ! ବୟସ ମାତ୍ର ପନ୍ଦର , ଦଶମ ରେ ପ୍ରଥମ ଶ୍ରେଣୀର ପାସ କରି ମହାବିଦ୍ୟାଳୟ ରେ ନାମ ଲେଖାଇଥାନ୍ତେ, କିନ୍ତୁ ଘଟିଗଲା ଅଘଟଣ ! ନିଜ ଗ୍ରାମର ପୋଖରୀକୁ ସୁବ୍ରତ ଗାଧୋଇବାକୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ପହଁରି ନପାରି ପାଣିରେ ବୁଡି ଯାଇଥିଲେ ! ଗ୍ରାମର ଲୋକେ ଦେଖି ତାଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ , ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି l ଏହି ଖବର ପାଇଁ ବାପା ମାଆ ଓ ଆତ୍ମୀୟ ପରିଜନ ଦୁଃଖରେ ଭାଙ୍ଗି ପଡିଛନ୍ତି l କାନ୍ଦ ବୋବାଳିରେ ଫାଟି ପଡିଛି ମେଡିକାଲ ପରିସର l କେତେ ଆଶା କରିଥିଲେ ବାପା ମାଆ , ପୁଅ ଭଲ ମାର୍କ ରଖି ପ୍ରଥମ ଶ୍ରେଣୀ ରେ ଦଶମ ପାସ ହୋଇଛି l କଲେଜ ଯିବ, ପାଠ ପଢି ବଡ଼ ମଣିଷ ହେବ ! ହେଲେ ସବୁ ପାଲଟିଗଲା ବ୍ୟର୍ଥ ! ଏମିତି ଦୁଃଖ ଆସିବ ବୋଲି କେହିବି ଭାବି ନଥିଲେ l ପ୍ରଶାନ୍ତ ପ୍ରଧାନ ଜଣେ ମିସ୍ତ୍ରୀ , ଦିନ ମଜୁରୀ ଶ୍ରେଣୀର କାମ କରି ଯାହା ରୋଜଗାର କରନ୍ତି ସେଥିରେ ଦୁଇ ପୁଅ, ପତ୍ନୀ ଓ ବୁଢ଼ୀ ମା ଚଳନ୍ତି l ଏହି ଦୁଃଖଦ ଖବର ପାଇଁ ଗାଁ ଲୋକେ ଓ ଆଖପାଖ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Leave a Reply

Your email address will not be published. Required fields are marked *