ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପବିତ୍ର ରଜ ଉତ୍ସବ ଏବଂ ରଥ ଯାତ୍ରା ଅବସରରେ ବାଣପୁର ବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ! ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଞ୍ଚଳକୁ ମୁକ୍ତା ଯୋଜନା ରେ ସରସ ସୁନ୍ଦର କରିବା ପାଇଁ ଅର୍ଥ ରାଶି ମଞ୍ଜୁର କରିଛନ୍ତି । ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଅଧ୍ୟକ୍ଷ ଏକ ବର୍ଷ ମଧ୍ୟରେ ବାଣପୁର ଅଞ୍ଚଳକୁ ସମସ୍ତ ୱାର୍ଡ ରେ ଫେବର୍ ବ୍ଲକ, ଜଳ ସଂରକ୍ଷଣ, ମିନି ପାର୍କ, ଓପୋନ ଜିମ , ଭେଣ୍ଡିଂ ଜୋନ, ବିଜୁ ପଟ୍ଟନାୟକ ପାର୍କ, ଜାଗା ମିଶନ, ବିଜୁ ଆଦର୍ଶ କଲୋନୀ, ଫାଇଭ ଟି ସ୍କୁଲ, ସହରାଞ୍ଚଳ ପ୍ରାଥମିକ ଆରୋଗ୍ୟ କେନ୍ଦ୍ର ଏବଂ ଏମସିସିଓ ଏମଆରଏଫ ଏହି ଭଳି ଏକ ବର୍ଷ ମଧ୍ୟରେ ୩ କୋଟି ଟଙ୍କାର ଉନ୍ନତିମୂଳକ କାମ କରିଛନ୍ତି ! ବାଣପୁର ବାସୀଙ୍କ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧିକରୁ ଅଧିକ ଉନ୍ନତି ପାଇଁ ମୁକ୍ତା ଯୋଜନା ରେ ଅନ୍ତର୍ଭୁକ୍ତ କରି ୬ କୋଟି ୫୪ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ସେଥି ମଧ୍ୟରେ ସମସ୍ତ ୱାର୍ଡ ର ରାସ୍ତା ଘାଟର ଡ୍ରେନେଜ ବ୍ୟବସ୍ଥା ପାଇଁ ମଧ୍ୟ ଅର୍ଥ ରାଶି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଥିବାର ଅଧ୍ୟକ୍ଷ ମିଟୁ ନାୟକ ସୂଚନା ଦେବା ସହ ବାଣପୁର ବାସୀଙ୍କୁ ପବିତ୍ର ରଜ ସଂକ୍ରାନ୍ତି ଓ ରଥ ଯାତ୍ରା ଅବସରରେ ଶୁଭେଛା ଜଣାଇଛନ୍ତି ।
ବାଣପୁର ବାସୀଙ୍କୁ ରଜ ଉତ୍ସବର ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷ !!!

