ସାମ୍ବାଦିକ’ଙ୍କ ମାତୃ ବିୟୋଗ : ବିଭିନ୍ନ ମହଲ ରେ ଶୋକ !!!

0
455

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ଶାସକ ପ୍ରଶାସକ ଖବର କାଗଜ ଜିଲ୍ଲା ସାମ୍ବାଦିକ ବାଳକୃଷ୍ଣ ପାଣିଗ୍ରାହୀ ଙ୍କ ମାଆ ଶାନ୍ତିଲତା ପାଣିଗ୍ରାହୀ ଙ୍କ ୭୦ ବର୍ଷ ବୟସ ରେ ବିୟୋଗ ହୋଇଛି । ଗତ ସୋମବାର ଦିନ ମଧ୍ୟାହ୍ନ ସମୟରେ ତାଙ୍କର ହଠାତ୍ ଛାତି ରେ ଯନ୍ତ୍ରଣା ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ପଡୋଶୀ ଆନ୍ଧ୍ର ର ଶ୍ରୀକାକୁଲମ ସ୍ଥିତ ରାଘୁବୁଲୁ ହସପିଟାଲ ରେ ଭର୍ତ୍ତି କରା ଯାଇଥିଲା । ଚିକିତ୍ସାଧୀନ ଅବସ୍ଥା ରେ ମାତା ଶାନ୍ତିଲତା ଙ୍କ ବିୟୋଗ ହୋଇଥିଲା । ପରେ ତାଙ୍କ ମର ଶରୀର କୁ ପାରଳାଖେମୁଣ୍ଡି କରଣ ସାହି ସ୍ଥିତ ନିଜ ବାସଭବନ କୁ ଅଣା ଯାଇଥିଲା । ମାତା ସ୍ୱର୍ଗତା ଶାନ୍ତିଲତା ଜଣେ ଧର୍ମ ପରାୟଣ ଓ ମେଳାପି ମହିଳା ଥିଲେ । ମୃତ୍ୟୁ ସମୟ ବେଳେ ତାଙ୍କ ପାଖରେ ଏକମାତ୍ର ପୁତ୍ର ବାଳକୃଷ୍ଣ ଙ୍କ ସମେତ ଦୁଇ ଝିଅ ସ୍ନେହଲତା ଓ ସ୍ଵର୍ଣ୍ଣଲତା , ସାନ ଜ୍ୱାଇଁ ଯୁଧିଷ୍ଟିର ଏବଂ ଦୁଇ ନାତୁଣୀ ଖୁସି ଓ ପୁନମ ପ୍ରମୁଖ ଉପସ୍ଥିତ ଥିଲେ । ମାତା ସ୍ୱର୍ଗତା ଶାନିଲତା ଙ୍କ ମର ଶରୀର କୁ ଶୋକାକୁଳ ପରିବେଶ ମଧ୍ୟରେ ନିଜ ବାସଭବନ ରୁ ମୁକ୍ତି ରଥ ଯୋଗେ ଶତାଧିକ ଲୋକଙ୍କ ସଙ୍ଗରେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ’ରେ ଥିବା କିମେଡି ବ୍ରିଜ ନିକଟକୁ ନିଆଯାଇ ସେଠାରେ ଥିବା ଶ୍ମଶାନ ଘାଟରେ ଅନ୍ତିମ ସଂସ୍କାର କରା ଯାଇଥିଲା । ସାମ୍ବାଦିକ ବାଳକୃଷ୍ଣ ପାଣିଗ୍ରାହୀ ମାତା ଙ୍କ ମୃତ୍ୟୁରେ ଜିଲ୍ଲା ଏସୟୁଜେ ର ସଭାପତି ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀ ଓ ସଂପାଦକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ଙ୍କ ସମେତ ବରିଷ୍ଠ ସାମ୍ବାଦିକ ଶ୍ରୀ କୃଷ୍ଣ କୁମାର ବେହେରା , ଶ୍ରୀ ରଶ୍ମି ରଞ୍ଜନ ମିଶ୍ର , ଶ୍ରୀ ଗଣେଶ କୁମାର ରାଜୁ , ଶ୍ରୀ ଶିଶିର ଗୌଡ଼ , ଶ୍ରୀ ବିବେକାନନ୍ଦ ବେହେରା , ଶ୍ରୀ ବୀର ପଟନାୟକ , ଶ୍ରୀ ବାଦଲ ବର୍ଦ୍ଧନ , ଶ୍ରୀ ଆମୋଦ ବର୍ଦ୍ଧନ , ଶ୍ରୀ ଈଶ୍ୱର ବିଶୋଇ , ଶ୍ରୀ ରାଜେଶ ପଟନାୟକ ଏବଂ ବହୁ ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ସାମ୍ବାଦିକ ମାନେ ନିଜର ଶୋକ ବ୍ୟକ୍ତରେ ଅମର ଆତ୍ମା ପ୍ରତି ସଦଗତି କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here