ପ୍ରକୃତିର ସୁରକ୍ଷା ଚିନ୍ତାରେ ଶିକ୍ଷୟିତ୍ରୀ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବର୍ତ୍ତମାନ ସାରା ବିଶ୍ବରେ ଜଳବାୟୁର ପରିବର୍ତ୍ତନ ପରିଲକ୍ଷିତ ହେଉଛି । ପରିବେଶର ସୃଷ୍ଟି ଓ ସୁରକ୍ଷା ପାଇଁ ବିଶ୍ବର ବଡ ବଡ ପରିବେଶବିତ ମାନେ ସମସ୍ତ ଦେଶକୁ ସତର୍କ କରାଉଛନ୍ତି । ପରିବେଶ ବିଗିଡିଲେ ବିପର୍ଯ୍ୟୟ ସୁନିଶ୍ଚିତ । ଖାଦ୍ୟ ଅଭାବରେ ପଶୁପକ୍ଷୀ ମାନେ ଜଙ୍ଗଲ ଛାଡି ଗାଁ ଓ ସହର ମୁହାଁ ହୋଇ ଧନଜୀବନ ନଷ୍ଟ କରୁଛନ୍ତି । ପରିବେଶର ସୃଷ୍ଟି ଓ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଜଣେ ଶିକ୍ଷୟିତ୍ରୀ । କଟକ ଜିଲ୍ଲାର ଡମପଡା ବ୍ଲକ ଅନ୍ତର୍ଗତ ପଣ୍ଡିତ ଗୋବିନ୍ଦ ରଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ପାଇକରାୟ । ପେଷାରେ ଶିକ୍ଷକତା ହେଲେ ହେଁ ନିଶା ହେଉଛି ପରିବେଶ ସୁରକ୍ଷା । ସେଥିପାଇଁ ସେ ଅଦରକାରୀ ଭାବେ ବାହାରେ ନଷ୍ଟ କରାଯାଉଥିବା ଫଳ ମଞ୍ଜିକୁ ସଂଗ୍ରହ କରି ତାକୁ ଖରାରେ ଶୁଖାଇ ସାଇତି ରଖୁଛନ୍ତି । ବିଭିନ୍ନ କାର୍ଯ୍ଯରେ ବାହାରକୁ ଗଲାବେଳେ ଖାଲି ଥିବା ରାସ୍ତା, ଘାଟ, ନଦୀବନ୍ଧ , ପାହାଡ ପର୍ବତ , ମଶାଣି, ପଡିଆ ଇତ୍ୟାଦିରେ ବୁଣୁଛନ୍ତି ଏହି ମଞ୍ଜିକୁ । ତାଙ୍କର ଉଦ୍ଦେଶ୍ୟ ହେଲା ଫଳ ଗଛ ହେଲେ ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ ପର୍ଯ୍ୟନ୍ତ ସମସ୍ତଙ୍କର ଖାଦ୍ୟାଭାବ ଦୂର ହେବା ସହିତ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହେବ । ଏହା ସହିତ ମୃତ୍ତିକା ସଂରକ୍ଷଣ , ବର୍ଷା ନିୟନ୍ତ୍ରଣ, ସୁଶୀତଳ ଛାୟା , ପ୍ରାକୃତିକ ବିପର୍ଯ୍ୟୟ ନିୟନ୍ତ୍ରଣ ହୋଇପାରିବ । ଏହି ମହତ କାର୍ଯ୍ଯକୁ ସ୍ଥାନୀୟ ପରିବେଶବିତ୍ ଓ ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିବା ସହିତ ସହଯୋଗ କରୁଛନ୍ତି ।

Leave a Reply

Your email address will not be published. Required fields are marked *