ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ପୁଣି 48 ଜଣ କରୋନା ପଜିଟିଭ ଚିହ୍ନଟ ସମ୍ପର୍କରେ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 10 ଜଣ, ଗୋଶାଣି ବ୍ଳକରୁ 6 ଜଣ, କାଶୀ ନଗର ବ୍ଳକରୁ 12 ଜଣ, ମୋହନା ବ୍ଳକରୁ 5 ଜଣ, ଆର.ଉଦୟଗିରି ବ୍ଳକରୁ 7 ଜଣ, ରାୟଗଡ଼ ବ୍ଳକରୁ 6 ଜଣ , ରାୟଗଡା ଜିଲ୍ଲାରୁ ଜଣେ, ଆନ୍ଧ୍ରପ୍ରଦେଶରୁ ଜଣେ ଗଜପତି ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି .

ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ଓ ହୋମ ଆଇସୋଲେସନରେ ରଖାଯାଇ ଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।