ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରଙ୍କ ତରଫରୁ ଘର ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଚାରିଆଡ଼େ ଡେଙ୍ଗୁରା ବାଜୁଥିବା ବେଳେ L&T କମ୍ପାନୀ କର୍ମଚାରୀଙ୍କ ମନ ମାନି ଶାସନ । ଘର ଘରକୁ ପାଣି ପାଇପ୍ ସଂଯୋଗ କରିବା ପାଇଁ L&T କମ୍ପାନୀର କର୍ମଚାରୀ ମାନେ ଘର ଘର ବୁଲି ଲୋକ ମାନଙ୍କୁ ମାଗୁଛନ୍ତି ଟଙ୍କା । କାହିଁକି ଟଙ୍କା ମାଗୁଛ କହି ଲୋକମାନେ ଅଭିଯୋଗ କରିବାରୁ ସିଧା ସଳଖ କହିଛନ୍ତିକି ଆମେ ଖରା ତରାରେ କାମ କରୁଛୁ , ଥଣ୍ଡା ପିଇବୁ ଏବଂ ପାନ, ବିଡି ଟିକେ ଖାଇବୁ । ଏହି କଥା କହି ପାଞ୍ଚେ କି ଦଶ ନୂଁହେ ଘର ପିଛା ମଗା ଯାଉଛି ପଚାଶ ରୁ ଶହେ ଟଙ୍କା । ଯଦି ଘର ପିଛା ପଚାଶ କିମ୍ଵା ସହେ ଟଙ୍କା ଆଦାୟ କରାଯାଏ ତାହେଲେ ଟୋଟାଲ ଜରିପଡା ପଞ୍ଚାୟତରୁ କିମ୍ବା ଖଟି ଖିଆ ଦିନ ମଜୁରିଆ ଲୋକଙ୍କ ଠାରୁ କେତେ ଟଙ୍କା ଶୋଷଣ କରିବେ ଏହି L&T କମ୍ପାନୀର କର୍ମଚାରୀ ମାନେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଜରିପଡା ପଞ୍ଚାୟତର ଚିଲିକା ସାହିରେ । ଏହି ଖବର ଜରିପଡା ଗ୍ରାମପଞ୍ଚାୟତର ସରପଞ୍ଚ ଦୀପୁନା କୁମାରୀ ସାହୁଙ୍କ ପାଖରେ ପହଁଞ୍ଚିବା ମାତ୍ରେ ଦୀପୁନା ସଙ୍ଗେ ସଙ୍ଗେ କାମ ଚାଲିଥିବା ଜାଗା ଉପରେ ପହଁଞ୍ଚି କିଏ ଟଙ୍କା ମାଗିବାକୁ କହିଛି ଏବଂ କାହିଁକି ଟଙ୍କା ମଗାଯାଉଛି କହି ଘୋର ବିରୋଧ କରିବା ସହିତ କର୍ମଚାରୀ ମାନଙ୍କୁ ଅଟକ ରଖିବା ସହିତ ତାଙ୍କ ଗାଡିକୁ ମଧ୍ୟ ଅଟକ ରଖିଥିଲେ । L&T କମ୍ପାନୀର ସୁପର୍ ଭାଇଜରଙ୍କୁ ଡକାଯାଉ ବୋଲି କହି L&T କମ୍ପାନୀର ଠିକାଦାର ରତ୍ନାକର ବେହେରାଙ୍କୁ ଚେତାବନୀ ଦେଇଛନ୍ତି କି ଆଉ ଥରେ କେବେହେଲ ଜରିପଡା ପଞ୍ଚାୟତର କୌଣସି ଘରୁ ଟଙ୍କା ଆଦାୟ କରିବ ନାହିଁ । ଜରିପଡା ପଞ୍ଚାୟତର L&T ଷ୍ଟ୍ରକ୍ ଏବଂ ଓଭର୍ ଟାଙ୍କିକୁ ଅନ୍ୟ ପଞ୍ଚାୟତରେ କରିବା ପାଇଁ କିଛି ଶାସକ ଦଳର ଦଲାଲ୍ ମାନଙ୍କ କଥାରେ ପଡି ଜରିପଡା ପଞ୍ଚାୟତରେ ଜାଗା ଆର୍ଲଟ ଥିବା ସତ୍ତ୍ୱେ ଆଜି ପର୍ଯ୍ୟନ୍ତ କାମ ମଧ୍ୟ ଷ୍ଟାର୍ଟ କଲେ ନାହିଁ । ସରକାରଙ୍କ କହିବା ଅନୁଯାୟୀ ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କଣ୍ଟ୍ରାକ୍ଟର ମାନେ ନିଜେ ନିଜର ମନ ମାନି ଶାସନ ଚଲାଇଛନ୍ତି । ଯାହା ଫଳରେ ୨୦୨୪ ସୁଦ୍ଧା ଜରିପଡା ପଞ୍ଚାୟତରେ ଲୋକମାନଙ୍କ ଘରକୁ ପାଇପ୍ କନେକ୍ସନ ଯିବାତ ଦୂରର କଥା ଲୋକମାନେ ପାଣି ବୁନ୍ଦାଏ ମଧ୍ୟ ପାଇ ପାରିବେ ନାହିଁ ।
ଚିଲିକା ବ୍ଲକ ଜରିପଡା ପଞ୍ଚାୟତର ଚିଲିକା ସାହିରେ L&T କମ୍ପାନୀ କର୍ମଚାରୀଙ୍କ ମନମାନି ଶାସନ !!!

