ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ର ଶାଳିଆ ଡ୍ୟାମ ନିକଟ ଏକ ଭଙ୍ଗା ଘରେ ବିଳମ୍ବିତ ରାତିରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବାଲୁଗାଁ ବାଣପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ୬ ଜଣ ଡକାୟତ ଙ୍କୁ ଗିରଫ କରିଛି ଓ ଆଉ ୩ ଜଣ ଫେରାର ହୋଇ ଯାଇଛନ୍ତି । ତେବେ ଗିରଫ ଡକାୟତ ମାନଙ୍କ ଠାରୁ ଗୋଟିଏ ପିସ୍ତଲ, ଦୁଇଟି ଖଣ୍ଡା , ଗୋଟିଏ ଚାପଡ ସମେତ ଅନେକ ମାରଣାସ୍ତ୍ର ଓ ଦୁଇଟି ମଟର ସାଇକେଲ ଜବତ କରିଛି ପୁଲିସ । ତେବେ ଏନେଇ ଜିଲ୍ଲା ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ବାଣପୁର ଥାନା ଠାରେ ଆୟୋଜିତ ହୋଇ ଯାଇଛି । ଏଥିରେ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ , ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର , ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା , ବାଲୁଗାଁ ଥାନା ଅଧିକାରୀ ରଶ୍ମୀରଂଜନ ଦାସ ଏବଂ ନାଚୁଣୀ ଥାନା ଅଧିକରୀ ଚନ୍ଦ୍ର ଶେଖର ଜେନା ଉପସ୍ଥିତ ରହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ! ଡକାୟତ ଗୋଷ୍ଠୀ ର ମାଷ୍ଟର ମାଇଣ୍ଡ ମାନସ ପଲାଇ ଓରଫ ଚନ୍ଦୁ , ଶିବରାମ ନାହାକ , ଆଦିତ୍ୟ ପ୍ରସାଦ ସୁବୁଦ୍ଧି , ସନ୍ତୋଷ ବସ୍ତି , ସେକ ଅର୍ବାଜ ପ୍ରମୁଖ ବିଭିନ୍ନ ଡକାୟତି ଘଟଣା ସମେତ ବିଭିନ୍ନ ନିଶା କାରବାର ସମ୍ପୃକ୍ତ ଥିବାରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ବାଣପୁର ପୋଲିସ ର ପ୍ରେସ ମିଟ : ୬ ଡକାୟତ ଗିରଫ , ପିସ୍ତଲ ଓ ଦୁଇଟି ୟାମାହା ମଟର ସାଇକେଲ ଜବତ !!!

