ବାଲୁଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାସ୍ତବ ଚିତ୍ର : ଦୁର୍ଗନ୍ଧରେ ନାକ ଫାଟି ପଡୁଛି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ୬ ନମ୍ବର ୱାର୍ଡରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କୁଲ ପିଲାମାନେ ପଢିବାକୁ ଆସି ପାଠ ପଢି ପାରୁ ନାହାନ୍ତି । ଡ୍ରେନର ପାଣି ରାସ୍ତା ରେ ଚାଲୁଥିବା ବେଳେ ପିଲାମାନେ ସେହି ଡ୍ରେନ ପାଣି ଭିତରେ ପଶି ସ୍କୁଲ ଭିତରକୁ ଯିବାକୁ ପଡ଼ୁଛି । ଏତେ ଅସ୍ୱାସ୍ଥ୍ୟକର ପରିବେଶରେ ପଢିବା ସମୟରେ ଦୁର୍ଗନ୍ଧରେ ବସି ପାରୁନାହାନ୍ତି । ଏଥି ସହିତ ମ୍ୟାଲେରିଆ ଓ ଡେ଼ଙ୍ଗୁ ଆଦି ବିଭିନ୍ନ ରୋଗ ସଂକ୍ରମଣ ର ଭୟ ଦେଖାଯାଇଛି । ଦେଶର ଭବିଷ୍ୟତ କୋମଳ ମତି ପିଲାମାନଙ୍କ ସୁରକ୍ଷା କାହା ହାତରେ ? ଆଉ କେବେ ସୁଧରିବ ରାସ୍ତା ଓ ଡ୍ରେନର ବ୍ୟବସ୍ଥା ? ଡ୍ରେନ କୁ ନେଇ ରାଜନୀତି ହେଉନିତ ? ଯାହା ଫଳରେ କି ସ୍କୁଲ ପିଲାମାନଙ୍କୁ ପ୍ରତିଦିନ ହଇରାଣ ହରକତ ହେବାକୁ ପଡୁଛି । ଅଳିଆ ଆବର୍ଜନା ଓ ପୋଚା ପାଣିରୁ ବାହାରୁଥିବା ଦୁର୍ଗନ୍ଧରୁ ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ପାଖରେ ବସବାସ କରୁଥିବା କିଛି ଘର ଲୋକେ ମଧ୍ୟ ଏହି ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ରହି ପାରୁନାହାନ୍ତି । ବାରମ୍ବାର ଏହାର ସମାଧାନ ପାଇଁ ଅଭିଯୋଗ କଲେମଧ୍ୟ କୌଣସି ସରକାରୀ ଅଧିକାରୀ କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଅଭିଯୋଗ ଦେଲେ ମଧ୍ୟ୍ୟ କାହିଁକି ଶୁଣୁନାହାନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକାରୀ ? କାହା ସ୍ୱାର୍ଥରେ ଏବଂ କେଉଁ ଠାରେ ଖର୍ଚ୍ଚ ହେଉଛି ଡ୍ରେନ୍ କାର୍ଯ୍ଯ ପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ର ଅନୁଦାନ ? ବାଲୁଗାଁ ର ମଧ୍ୟସ୍ଥଳରେ ଥିବା ପାଟଣା ସାହି ଓ ବିଶ୍ଵାଳ ସାହି ପ୍ରାରମ୍ଭରେ ଥିବା ଏହି ଶିକ୍ଷାନୁଷ୍ଠାନର ପ୍ରବେଶ ପଥ ବର୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସତରେ କଣ କୋମଳମତି ଶିଶୁ ମାନଙ୍କର ଅସୁବିଧାକୁ ସମାଧାନ କରିବା ନିମନ୍ତେ ସରକାରୀ ଅଧିକାରୀ ମାନଙ୍କ ନିକଟରେ ସମୟର ଅଭାବ ? ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦେଖିବାକୁ ବାକି ରହିଲା କେବେ ଭାଙ୍ଗୁଛି ପ୍ରଶାସନର ନିଦ ।।

Leave a Reply

Your email address will not be published. Required fields are marked *