ବାଙ୍କୀ ରେ ଉପଖଣ୍ଡ ସ୍ତରୀୟ ୭୭ ତମ ସ୍ୱାଧୀନତା ଦିବସ ପାଳିତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଟକ ଜିଲ୍ଲା ର ବାଙ୍କୀ କଚେରୀ ପଡିଆ ଠାରେ ୭୭ ତମ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ! ଜାତୀୟ ପତାକା ଉତ୍ତୋଳନ କରି ବାଙ୍କୀ ବାସୀଙ୍କୁ ସମ୍ବୋଧିତ କରିଛନ୍ତି ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ! ସ୍ୱାଧୀନତା ଦିବସ ଅବସରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଦେଶାତ୍ମକବୋଧ ଗୀତରେ କମ୍ପି ଉଠିଥିଲା ସମ୍ପୂର୍ଣ ପରିବେଶ ! ଅନ୍ୟପଟେ ପ୍ୟାରେଡ ସେରିମନିରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ରୁ ପ୍ରାୟ ୧୪ ଟି କ୍ୟାଡେଡ଼ ଭାଗ ନେଇଥିଲେ ! ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ବିଭିନ୍ନ କ୍ଷେତ୍ର ରେ ସାହାସିକତା ପ୍ରଦର୍ଶନ କରି ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ସାମାଜିକ କର୍ମୀ ଙ୍କୁ ମଞ୍ଚ ପକ୍ଷରୁ ସାର୍ଟିଫିକେଟ ସହିତ ସିଲ ଦେଇ ପୁରସ୍କୃତ କରିଥିଲେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜେନା ! ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ମାତୃଭୂମି ପାଇଁ ବଳିଦାନ ଦେଇଥିବା ମହାପୁରୁଷ ଙ୍କ ଚଲା ପଥରେ ଆଜିର ଯୁବ ପିଢ଼ି ଆଗେଇ ଆସିବା ଦରବାର ବୋଲି ଆହ୍ୱାନ ଦେଇଛନ୍ତି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା !

Leave a Reply

Your email address will not be published. Required fields are marked *