ଅସୁରେଶ୍ଵର ରେ ପୋଷଣ ଅଭିଯାନ ସମ୍ବନ୍ଧରେ ସଚେତନତା କାର୍ଯ୍ୟକ୍ରମ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ପ୍ରଶାସନ , ମହିଳା ଓ ଶିଶୁବିକାଶ ବିଭାଗ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ସେକ୍ଟର ଅସୁରେଶ୍ଵର ପଞ୍ଚାୟତ ଅଣସରପୁର ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଏକୋଇଶି ଗୋଟି ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ମାନେ ଉପସ୍ଥିତ ରହିଥିଲେ । ଶିଶୁ ମାନଙ୍କ ବିକାଶ ପାଇଁ ପୁଷ୍ଟିକର ଖାଦ୍ୟ ନିତାନ୍ତ ଆବଶ୍ୟକତା । ଅପପୋଷଣ କାରଣରୁ ଶିଶୁମାନେ ପୁଷ୍ଟିହୀନତା ରୋଗ ରେ ଆକ୍ରାନ୍ତ ହେଉଛନ୍ତି । ସିଡିପିଓ ସତ୍ୟଭାମା ବିଶୋଇ, ସୁପରଭାଇଜର ଅଞ୍ଜୁଲତ ପରିଜା, ସାବିତ୍ରୀ ସାହୁ, ହେମାକିନୀ ନାୟକ, ତ୍ରିନାଥ ସ୍ବାଇଁ, ଗୀତାରାଣୀ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଅସୁରେଶ୍ଵର ପଞ୍ଚାୟତ ରୁ ଆସିଥିବା ମହିଳା ମାନଙ୍କୁ ଶିଶୁ ଙ୍କ ପୋଷଣ କେତେ ଜରୁରୀ ବୋଲି ସୂଚନା ଦେଇଥିଲେ । ଅଣସରପୁର ଅଙ୍ଗନବାଡ଼ି କର୍ମୀ ତିଳୋତ୍ତମା ପାତ୍ର ଏବଂ ସାଥୀ କର୍ମୀ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *