କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : କଟକ ସଦର ବୟାଳିଶମୌଜା ଉପକଣ୍ଠ କୂଳକଳପଡା ସ୍ଥିତ ମା’ ଜାଗୁଳେଇ ଉନ୍ନୟନ ପରିଷଦ ପକ୍ଷରୁ ମା’ଜଗୁଳେଇ ପୀଠରେ ମା’ ଜାଗୁଳେଇଙ୍କ ଜନ୍ମ ବାର୍ଷିକ ଓ ୩ ଦିନ ବ୍ୟାପି ନବମ ବିଶ୍ୱାଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର ଯଜ୍ଞରେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ, କୃଷକନେତା ଦେବୀ ପ୍ରସାଦ ପତି, ଅନି ମହାପାତ୍ର, ଅନୟ ମହାପାତ୍ର, ବୁବୁନ ମହାପାତ୍ର, ଅଶିମ ଦାସ, ବିଜୟ ସ୍ୱାଇଁ ପ୍ରମୁଖ ଶ୍ରଦ୍ଧାଳୁ ଯୋଗ ଦେଇଥିବା ବେଳେ ଉନ୍ନୟନ ପରିଷଦ ପକ୍ଷରୁ ସଭାପତି ପତିତ ପାବନ ନାୟକ, ଜ୍ଞାନ ଚନ୍ଦ୍ର ପରିଡା, ସମ୍ପାଦକ ଆଇନିଜୀବୀ ସଂଜୀବ ବିଶ୍ୱାଳ, ଗୋପାଳ ଚରଣ ପରିଡ଼ା, କବି ଅଭୟ ମହାପାତ୍ର, ଶରତ ପରିଡ଼ା, ଅମରେନ୍ଦ୍ର ପରିଡ଼ା, ସତ୍ୟରଂଜନ ମହାପାତ୍ର, ପଙ୍କଜ ମହାପାତ୍ର, ଗଗନ ବିଶ୍ଵାଳ, ବୈରାଗୀ ପରିଡ଼ା, ଗଣେଶ୍ୱର ପରିଡ଼ା, ଦାମୋଦର ପରିଡ଼ା, ବିଜୟ ମହାପାତ୍ର, ସଦାଶିବ ପରିଡା, ଅକ୍ଷୟ ବେହେରା ଏବଂ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
ମା’ ଜାଗୁଳେଇ ପୀଠରେ ବିଶ୍ୱାଶାନ୍ତି ମହାଯଜ୍ଞ ସମାପିତ ।

