ଗଜପତି ଜିଲ୍ଲା ଯୁବ ବିଜେଡିର ସାଙ୍ଗଠନିକ କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଯୁବ ସଭାପତି ଏସ. ଲିଙ୍ଗରାଜଙ୍କ ନେତୃତ୍ୱରେ ଜିଲ୍ଲା ସମସ୍ତ ବ୍ଳକ ର ଯୁବ ସଭାପତି ମାନଙ୍କ ସହ ଗୋଷାଣୀ ବ୍ଳକରେ ନୂତନ ଭାବେ ପଞ୍ଚାୟତ ସ୍ତରରେ ସଭାପତି ମାନଙ୍କୁ ମନୋନୀତ କରିଛନ୍ତି ! ସେମାନଙ୍କୁ ଆଜି ସମ୍ବର୍ଦ୍ଧନା କରିଥିବା ସହ ବିଜୁ ଜନତା ଦଳ କୁ କିପରି ସୁଦୃଢ କରିବା ପାଇଁ ଗୁରୁମନ୍ତ୍ର ଦେଇଥିଲେ । ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ ଅନ୍ତର୍ଗତ ଉପଳଡା ପଞ୍ଚାୟତ ପାଟିକଟା ନିକଟସ୍ଥ ଗଜପତି ଜିଲ୍ଲା ଯୁବ ସଭାପତି ଙ୍କ କାର୍ଯ୍ୟାଳୟରେ ନିକଟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି କାର୍ଯ୍ୟକ୍ରମ ବିଜୁ ଜନତା ଦଳ ଯୁବ ସଭାପତିଙ୍କ ନେତୃତ୍ଵରେ ହୋଇଥିଲା , ସମସ୍ତ ବ୍ଳକ ସଭାପତି ମାନଙ୍କ ସହ ନୂତନ ଭାବେ ଗୋଷାଣୀ ବ୍ଳକର ସମସ୍ତ ପଞ୍ଚାୟତ ସଭାପତି ସମ୍ଭର୍ଧନ କରିଥିବା ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯୁବ ସଭାପତି କହିଛନ୍ତି କି ଗତ ପଞ୍ଚାୟତ ନିର୍ବାଚନ ଯେଉଁ ପରି ବିଜୟ ହାସଲ ହୋଇଥିଲା ଆଗାମୀ ବିଧାନସଭା ନିର୍ବାଚନୀ ମଧ୍ୟ ତା ଠାରୁ ଅଧିକ ମାତ୍ରାରେ ପ୍ରତ୍ୟେକ ପଞ୍ଚାୟତ ସ୍ଥାନରେ କାମ କରିବା ଅଛି ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀ କିପରି ବିଜୁ ଜନତା ଦଳ ଜୟଯୁକ୍ତ ହେବ ସେଥିପାଇଁ ଏବେ ଠାରୁ ଗୋଷାଣୀ ବ୍ଳକର ସମସ୍ତ ପଞ୍ଚାୟତ ସଭାପତି ମାନେ ଏବେ ଠାରୁ କାମ ଆରମ୍ଭ କରିବା ପାଇଁ ଆଦେଶ ଦେଇଛନ୍ତି ଯୁବ ସଭାପତିଙ୍କ ଏସ.ଲିଙ୍ଗରାଜ।ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀକୁ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଜିଲ୍ଲା ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟନ କରିବା ସହ ଜିଲ୍ଲାର ବରିଷ୍ଠ ନେତା ଓ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ମଧ୍ୟ ଦେଇଥିଲେ। ଆଗାମୀ ନିର୍ବାଚନରେ ଗଜପତି ଜିଲ୍ଲା ଦୁଇଟି ନିର୍ବାଚନ ମଣ୍ଡଳୀରେ କିପରି ଦୁଇଟି ଯାକ ଆସନକୁ ବିଜୁ ଜନତା ଦଳର ହାତୟୀବ ସେଥିପାଇଁ ସମସ୍ତ ମିଶି କାମ କରିବା ପାଇଁ ଆଦେଶ ଦେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜନହୀତ କାରି କାର୍ଯ୍ୟକଳାପ ଯୋଗୁଁ ଦେଶରେ ପୁଣି ଥରେ ସେ ଦେଶର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଚୟନ ପୁଣିଥରେ ହୋଇଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ପାଇଁ ଉନ୍ନତମାନର ରାସ୍ତା, ମହିଳା ମାନଙ୍କୁ ସଶକ୍ତିକରଣ କରିବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଧ୍ୟ ତିଆରି କରାଯାଇଛି। ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ୟେକ ଯୋଜନା କିପରି ଲୋକଙ୍କ ପାଖରେ ପହଞ୍ଚି ପାରିବ ଆମେ ସେଥିପାଇଁ ଦାଇତ୍ୱ ନେବା ସହ ପ୍ରତ୍ୟେକ ପଞ୍ଚାୟତ ଗାଁରେ କିପରି ପହଞ୍ଚି ପାରିବ ସେଥିପାଇଁ କାମ କରିବା ପାଇଁ କହିଥିଲେ। ଯେଉଁଥିପାଇଁ ଆଜି ଗଜପତି ଜିଲ୍ଲା ଗୋଷାଣୀ ବ୍ଳକର ସମସ୍ତ ପଞ୍ଚାୟତର ସଭାପତି ମାନଙ୍କୁ ମନୋନୀତ କରାଯାଇଛି ଆଜି ଠାରୁ ହିଁ କାମ ଆରମ୍ଭ କରିବା କହିଥିଲେ ।ଆଗାମୀ ନିର୍ବାଚନ ପାଇଁ କହି ସମସ୍ତ ବ୍ଳକର ଯୁବ ସଭାପତି ସହ ପାରଳାଖେମୁଣ୍ଡି ପୌରପରିଷଦ, କାଶୀନଗର ଏନ.ଏ.ସି ର ସଭାପତି ଙ୍କ ନିର୍ଦ୍ଦେଶ ଦେଇଛନ୍ତି ଆଗାମୀ ଦିନରେ ପ୍ରତ୍ୟେକ ବ୍ଳକରେ ସମସ୍ତ ପଞ୍ଚାୟତ ସଭାପତି ମାନଙ୍କୁ ମଧ୍ୟ ମନୋନୀତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି କାର୍ଯ୍ୟକ୍ରମରେ ଗଜପତି ଯୁବ ସଭାପତି ଏସ.ଲିଙ୍ଗରାଜ ଙ୍କ ନେତୃତ୍ୱରେ ଗଜପତି ଜିଲ୍ଲା ଛାତ୍ର ସଭାପତି ବିଶ୍ବଜିତ ତ୍ରିପାଠୀ , ପି. ନାଗେଶ ଗୋଷାଣୀ ବ୍ଳକ ଯୁବ ସଭାପତି,ଡି. ପ୍ରଦିପ କୁମାର ପାରଳାଖେମୁଣ୍ଡି ପୌରପାଳିକା ଯୁବ ସଭାପତି, ପି. ରମେଶ କାଶୀନଗର ବ୍ଳକ ଯୁବ ସଭାପତି,ରାଜେଶ ମିସାଳ କାଶୀନଗର ଏନ୍.ଏ.ସି ଯୁବ ସଭାପତି, ନିରୋଜ ଷଡ଼ଙ୍ଗୀ ଗୁମ୍ମା ବ୍ଲକ ଯୁବ ସଭାପତି,ଜି.ରାମୁ ଗଜପତି ଜିଲ୍ଲା ଯୁବ ସମ୍ପାଦକ , ପି.ଭରପ୍ରସାଦ ଗଜପତି ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *