କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଦୋଳି ମିନା ବଜାର ମହାସଂଘ ପକ୍ଷରୁ ଶୁକ୍ରବାର ଗାନ୍ଧୀ ଭବନ ଠାରେ ପୂଜାର ଶେଷ ସମୀକ୍ଷା ବୈଠକ ସମ୍ପାଦକ ଅଭିଷେକ ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଓଡିଶା ତଥା ପଶ୍ଚିମ ଓଡିଶା, ଦକ୍ଷିଣ ଓଡିଶା, ଓଡିଶା ବାହାର କଲିକତା, ତ୍ରିପୁରା, ଝାରଖଣ୍ଡ, ବିହାର ସମେତ ବିଭିନ୍ନ ରାଜ୍ୟର ଦୋଳି ମାଲିକ ମାନେ ଯୋଗଦେଇଥିଲେ। ଆଗକୁ ପାର୍ବଣ ଋତୁ ଆସୁଥିବାରୁ କିପିରି ଦୋଳି ବ୍ୟବସ୍ଥା କୁ ଲୋକଙ୍କ ପାଇଁ ସୁବିଧା କରାଯିବ ଓ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ଏହି ଅବସରରେରେ ସଙ୍ଘ ପକ୍ଷରୁ କିଛି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ନିଷ୍ପତ୍ତ ମଧ୍ୟରେ ପ୍ରଥମ ରହିଛି ଦୋଳି ରେ ଯେପରି କିଛି ଯାନ୍ତ୍ରିକ ତ୍ରୁଟି ନହେବ ସେଥିପ୍ରତି ମାଲିକମାନେ ଦୃଷ୍ଟି ଦେବେ, ପୂଜା କମିଟି ମାନଙ୍କର ଅଯଥା ଚାନ୍ଦା ଉପରେ ରୋକ ଲଗାଇବା, ଆଗାମୀ ଦିନରେ ଦୋଳିର ବୀମା ପାଇଁ ସରକାରଙ୍କ ନିକଟରେ ଦାବି କରାଯିବ, ମାରୁଡ଼ି ମୋଟର ସାଇକେଲ ପ୍ଲେ (ମତ କା କୁଆଁ) ଅନ୍ୟ ରାଜ୍ୟରେ ଚାଲୁଥିବା ବେଳେ ଓଡିଶାର ପ୍ରଶାସନ ଅନୁମତି ଦେବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ, ଯେକୌଣସି ଓଡିଶା ବାହାରୁ ଆସୁଥିବା ଦୋଳି ମାଲିକ ସଙ୍ଘ ଦୋଳି ମହାସଂଘର ବିନା ଅନୁମତିରେ ବେଆଇନ ଭାବେ ମେଳା ଲଗାଇଲେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରତି ବର୍ଷ ଶେଷରେ ମହାସଂଘ ଲାଭାଶଂରୁ କିଛି ପ୍ରତିଶତ ସରକାରଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯିବା ସହ ଅସହାୟ ଲୋକଙ୍କୁ ସାହାଯ୍ୟ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ବୈଠକରେ ସଭାପତି ଅନନ୍ତ ଚରଣ ସାହୁ, ଉପ ସଭାପତି ବିଶୁ ମୋଲହୋତ୍ର, ସହ ସମ୍ପାଦକ ସମସାଦ ଅଲି, ଉପଦେଷ୍ଟା କାନ୍ଦୁରା ସାହୁ, କୋଷାଧ୍ୟକ୍ଷ ଅନାଦି ସାହୁ, ଲିଙ୍ଗରାଜ ବେହେରା, ସନ୍ତୋଷ ସାହୁଁ, ସରୋଜ ସାହୁ, ଫାରୁକ ବକ୍ସି, ନିର୍ମଳ ଦେବନାଥ, ପରାମର୍ଶଦାତା ସ୍ମୃତି ରଞ୍ଜନ ରାଉତ, ଭରତ ମଜୁମଦାର, ରାଜେଶ ମୋଲେହୋତ୍ର, ଅଶୋକ ସାହୁ, ସମୀର ବଇଦ, ଅଶୋକ ବୈଧୁରୀ,ବିଜୟ କୁମାର ନିମାଦ, କନ୍ଦର୍ପ ମେହେର, ରତନ ତାଲୁକଦାର, ସ୍ନେହାନ ପ୍ରସାଦ, ସଫିକ ଖାନ, ତୋଫାନ ସାହୁ, ବାପି ସାହୁ, ମନେତ ସିଂହ, ଶୁସାନ୍ତ ସାହୁ, ସଞ୍ଜିତ ସାହୁ, ମଣ୍ଟୁ ଅଗ୍ରୱାଲ, ଅଜୟ ସାହୁ, ବିପ୍ଳବ ପାଲ, ଫନୁ କୁମାର, ରଂଜୀତ କୁମାର ରଜଡ଼ବଲ, ହିନ୍ଦୁସେନା ସଭାପତି ଦେବାଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମସାଦ ଅଲି ଧନ୍ୟବାଦ ଅର୍ପଣ କରିଥିଲେ|
ଦୋଳି ମିନା ବଜାର ମହାସଂଘ ର ପାର୍ବଣ ସମୀକ୍ଷା ବୈଠକ !!!

