ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଜଙ୍ଗଲପାଢୁ ଗ୍ରାମ ଦେଇ ଆନ୍ଧ୍ର ମୁହାଁ ହୋଇଥିବା କୃଷ୍ଣ ସାଗର ଟିକୁ ପୁଣି ଆନ୍ଧ୍ର୍ରଦେଶର ର ଚାଷୀ ସଫା କରୁଛନ୍ତି ,ଉପକୃତ ହେଉଛନ୍ତି ଉଭୟ ରାଜ୍ୟ ର ଚାଷୀ । ଏପରି ସ୍ଥଳେ ଓଡ଼ିଶା ରାଜ୍ୟ ସରକାର ଙ୍କ ନିଜ ରାଜ୍ୟ ପ୍ରତି କେତେ ଯତ୍ନବାନ ତାହା ସହଦେବ ଅନୁମେୟ । ତେବେ ଏପରି ଆନ୍ଧ୍ର ଚାଷୀ ମାନଙ୍କ ସପେଇ କାର୍ଯ୍ୟ ବିଗତ ୩୦ ରୁ ୪୦ ବର୍ଷ ଧରି ଏହି କେନାଳର ରକ୍ଷଣ ବେକ୍ଷଣ ଏବଂ ଜଙ୍ଗଲ ସଫା କରିଆସୁଥିବାର ଜଙ୍ଗଲପାଢୁ ଗ୍ରାମ ଚାଷୀ ମାନେ ପ୍ରକାଶ କରିଛନ୍ତି । କେନାଲ ଗୁଡିକ ର ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ବିଭାଗ ପକ୍ଷରୁ କରାଯାଇଥିବା ର ସ୍ପଷ୍ଟ ହୋଇଯାଇଛି । ଜିଲ୍ଲା ର ୭ ଗୋଟି ବ୍ଲକ ମଧ୍ୟରୁ ଗୋଷାଣୀ ବ୍ଳକ ଚାଷ ବାଷ କାର୍ଯ୍ୟ ପାଇଁ ଅନୁକୂଳ ବାତାବରଣ ସହ ସମତଳିଆ ଜମି, ଜଳସେଚନ ପାଇଁ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଥିଲେ ହେଁ ବିଭାଗର ଖାମଖିଆଲି ନୀତି ଯୋଗୁ ସବୁପ୍ରକାର ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇଯାଇଛି । କ୍ଷୁଦ୍ର ଜଳସେଚନ ବିଭାଗର ଏପରି ଉଦାସୀନତା ଯୋଗୁଁ ଗୋଷାଣୀ ବ୍ଳକ ର ଚାଷୀ ମାନେ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି । କେଉଁଠି ଚାଷୀ ମାନେ କେନାଲ ସଫେଇ କରୁଛନ୍ତି ତ ଆଉ କେଉଁଠି ଆନ୍ଧ୍ର ର ଚାଷୀ ମାନେ ଆସି ଓଡ଼ିଶା ତଥା ଗଜପତି ଜିଲ୍ଲା ସୀମାନ୍ତ କେନାଲ ଗୁଡିକ ସଫେଇ କରୁଥିବାର ବହୁ ନଜରରେ ରହିଛି ।
ପୁଣି ଆନ୍ଧ୍ର୍ରଦେଶର ର ଚାଷୀ ଓଡ଼ିଶା କେନାଲ ସଫା କରୁଛନ୍ତି : ଉପକୃତ ହେଉଛନ୍ତି ଉଭୟ ରାଜ୍ୟ ର ଚାଷୀ !!!

