ହଜି ଯାଇଥିବା ମା କୁ ଖୋଜୁଛି ନାବାଳକ ପୁଅ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ହଜି ଯାଇଥିବା ମା କୁ ଖୋଜୁଛି ନାବାଳକ ପୁଅ ! ଏକ ମାସ ହେଲା ଘରୁ କେଉଁଆଡେ ଚାଲି ଯାଇଛି ମା ! ଗତ କିଛି ବର୍ଷ ତଳୁ ବାପ ଛାଡ଼ିଦେଇ ଅନ୍ୟତ୍ର ରହୁଥିବା ବେଳେ , ଏବେ ମା ଚାଲିଯିବାରୁ ଦୁଇ ଛୁଆ ହୋଇ ପଡିଛନ୍ତି ଅସହାୟ ! ଭାଇ ଭଉଣୀ ଦୂହେଁ ଚାହିଁ ରହିଛନ୍ତି ମା ର ଫେରିବା ବାଟକୁ ! ପୁରୀ ଜିଲ୍ଲା ଡେଲାଙ୍ଗ ନିକଟସ୍ଥ ଏକ ଗାଁ ରୁ ରାଜଧାନୀ ଚାଲି ଆସିଥିଲେ ମା କୁ ଖୋଜିବା ପାଇଁ ! ଗାଁ ର କେହିଜଣେ , ତାଙ୍କ ମା କୁ ଭୁବନେଶ୍ୱର କ୍ଲବ ଆଗ ରାସ୍ତାରେ ଦେଖିଥିବାର କହିବାରୁ ତୁରନ୍ତ ଆସିଥିଲେ ଭୁବନେଶ୍ୱର ! ହେଲେ ମା କୁ ସେଠାରେ ପାଇଲେ ନାହିଁ ! ନିରାଶ ହୋଇ ଜୟଦେବ ଭବନ ସାମନା ରେ ବୁଲୁଥିବା ବେଳେ , ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘର କିଛି ସଦସ୍ୟ ତାଙ୍କୁ ଦେଖି ଘଟଣା କଣ ପଚାରିଥିଲେ ! ସମସ୍ତ କଥା ଶୁଣି ନାବାଳକ କୁ ସଂଘ କାର୍ଯ୍ୟାଳୟକୁ ସାଙ୍ଗରେ ନେଇ ଆସିଥିଲେ ! ମା ନିଖୋଜ ହେବା ପରେ ଡେଲାଙ୍ଗ ଥାନାରେ ଜଣାଇଛନ୍ତି ! ତେବେ ମାନସିକ ବିକୃତି ଥିବା ହେତୁ ଆଗରୁ ମଧ୍ୟ ଏହିପରି ବହୁବାର ଘର ଛାଡି ଚାଲି ଯାଇଥିଲେ ତାଙ୍କ ମା ! ସାମାଜିକ ଗଣମାଧ୍ୟମରେ ଖବର ପ୍ରସାରିତ ହେଲେ ନିଶ୍ଚୟ କେହି ନା କେହି ନିଖୋଜ ମହିଳାଙ୍କ ଖବର ଦେଇ ପାରିବେ ବୋଲି ଆମେ ଆଶା କରୁଛୁ !

Leave a Reply

Your email address will not be published. Required fields are marked *