ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ତହସିଲ ଅନ୍ତର୍ଗତ ଓଳିଆ ଗ୍ରାମପଞ୍ଚାୟତ ଅଧିନସ୍ଥ କଇଁଜିରା ଗ୍ରାମ ପାଖ ଚାଷ ଜମିରେ ଏକ ବିଷଧର ସାପ କାମୁଡାରେ ଜଣେ ବୃଦ୍ଧ ଗୁରୁତର ହୋଇଯାଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ କଇଁଜିରା ଗ୍ରାମର ୬୫ ବର୍ଷୀୟ ବାଇଧର ହେମ୍ବ୍ରମ ଆଜି ଗ୍ରାମ ପାଖ ଚାଷ ଜମିରେ ଚାଷ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଗୋଡ଼କୁ ଏକ ବିଷଧର ସାପ କାମୁଡି ଦେଇଥିଲା । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଏବେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଛି ।
କଇଁଜିରା ଗ୍ରାମ ପାଖ ଚାଷ ଜମିରେ ବିଷଧର ସାପ କାମୁଡାରେ ବୃଦ୍ଧ ଗୁରୁତର !!!

