ରଙ୍ଗିଟାଙ୍ଗର ଗ୍ରାମରେ ଅବକାରୀ ଚଢାଉ : ଦେଶୀ ମଦ ଜବତ , ମହିଳା ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡିଆ ) – ଜିଜ୍ଞାସୁ ସାହୁ : ଅବକାରୀ ବିଭାଗ ପକ୍ଷରୁ ରଙ୍ଗିଟାଙ୍ଗର ଗ୍ରାମରେ ଚଢାଉ, ଦେଶି ମଦ ଜବତ ମହିଳା ଗିରଫ ! ସୁକିନ୍ଦା ଥାନା ଅନ୍ତର୍ଗତ ରଙ୍ଗିଟାଙ୍ଗର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢାଉ କରାଯାଇ ଦେଶି ମଦ ଜବତ କରିବା ସହିତ ଜଣେ ମହିଳାଙ୍କୁ ଗିରଫ କରଯାଇ କୋର୍ଟ ଚାଲାଣ କରାଯାଇଛି । ସୂଚନା ମୁତାବକ ରଙ୍ଗିଟାଙ୍ଗର ଗ୍ରାମର କନକ ସେଠୀ ଦେଶି ମଦ ବିକ୍ରି କରୁଥିବା ଜିଲ୍ଲା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ରଙ୍ଗିଟାଙ୍ଗର ଗ୍ରାମରେ ଅତର୍କିତ ଚଢ଼ାଉ କରି କନକ ସେଠୀଙ୍କ ଠାରୁ ଦେଶି ମଦ ଜବତ କରିବା ସହିତ କନକ ସେଠୀଙ୍କ ନାମରେ ମାମଲା ରୁଜ୍ଜୁ କରି ତାଙ୍କୁ ସୁକିନ୍ଦା ବିଚାବିଭାଗୀୟ ଅଦାଲତକୁ ପଠାଇ ଦେଇଛି !

Leave a Reply

Your email address will not be published. Required fields are marked *