ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ବାଲେଶ୍ଵରରେ ସମ୍ମାନୀତ ହେଲେ ଅନୁଗୁଳର ପ୍ରତିଭା . ବାଲେଶ୍ଵର ଉଦ୍ୟାୋଗ ନଗର ହରି ପ୍ଲାଜା ଠାରେ ବାଲେଶ୍ଵର ରୁ ପ୍ରକାଶିତ ଦୈନିକ ଖବରକାଗଜ ଅପରାହ୍ନ ର ବାର୍ଷିକ ଉତ୍ସବରେ ଅନୁଗୁଳ ଜିଲ୍ଲାର ତାଳଚେର ଅନ୍ତର୍ଗତ ସମଲ ଗ୍ରାମର କବୟିତ୍ରୀ ତଥା ଗାଳ୍ପିକା ଝରଣା ବାରିକ କବି ପ୍ରତିଭା ରେ ସମ୍ମାନିତ ହୋଇ ଅନୁଗୁଳ ଜିଲ୍ଲା ପାଇଁ ଗର୍ବ ଆଣି ଦେଇଛନ୍ତି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କବି ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ଶ୍ରୀମତୀ ଝରଣା ବାରିକ ଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଅପରାହ୍ଣ ର ସମ୍ପାଦକ ବଂଶୀଧର ଜେନା, ସମ୍ମାନୀତ ପ୍ରତିଭା ଝରଣା ବାରିକ ଙ୍କ ସାହିତ୍ୟ ପ୍ରତି ଅବଦାନକୁ ଉକ୍ତ ସଭାରେ ଭୂରି ଭୂରି ପ୍ରସଂସା କରିଥିଲେ l

ଝରଣା ବାରିକ ଜଣେ ଆଶୁ କବି ତଥା ଜଣେ ବିଶିଷ୍ଟ ଗାଳ୍ପିକା ଭାବରେ ସମଗ୍ର ଓଡ଼ିଶାରେ ପରିଚିତ l ଓଡ଼ିଶାରେ ପ୍ରକାଶ ପାଉଥିବା ବିଭିନ୍ନ ଖବରକାଗଜ ତଥା ସାହିତ୍ୟ ପତ୍ର ପତ୍ରିକା ରେ ତାଙ୍କ ରଚିତ ବହୁ ଗଳ୍ପ ଓ କବିତା ଦୀର୍ଘ ବର୍ଷ ଧରି ପ୍ରକାଶିତ ହୋଇ ଆସୁଛି l ସେଥିପାଇଁ ସେ ବିଭିନ୍ନ ଅନୁଷ୍ଠାନ ରୁ ମଧ୍ୟ ପୂର୍ବରୁ ସମ୍ବର୍ଦ୍ଧନା ପାଇସାରିଛନ୍ତି l ସେ ଜଣେ ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବରେ ସମଗ୍ର ତାଳଚେର ଅଞ୍ଚଳରେ ପ୍ରସିଦ୍ଧ ଲାଭ କରିଛନ୍ତି l ଶ୍ରୀମତୀ ବାରିକ ଙ୍କୁ ଏପରି ମର୍ଯ୍ୟାଦାଜନକ ସମ୍ଵର୍ଦ୍ଧନା ସୁଦୂର ବାଲେଶ୍ଵର ରୁ ମିଳିଥିବା ହେତୁ ସେ ଅଞ୍ଚଳର ସାହିତ୍ୟିକ, ସାମ୍ବାଦିକ, ସମାଜସେବୀ, ଶିକ୍ଷାବିତ ତଥା ବୁଦ୍ଧିଜୀବୀ ମହଲରୁ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି l

