ସୁକିନ୍ଦା ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ମହାଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳର ବିଭିନ୍ନ ପୂଜା ମଣ୍ଡପରେ ମହାଆଡ଼ମ୍ବରରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ! ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ! ସୁକିନ୍ଦା ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ରୀତିନୀତି ଅନୁଯାୟୀ ବିଶ୍ୱକର୍ମା ପୂଜା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି l ଆଜି ସୁକିନ୍ଦା କାଳିଆପାଣି ଖଣି ଅଞ୍ଚଳ , କଳିଙ୍ଗନଗର ସ୍ଥିତ ବିଭିନ୍ନ କମ୍ପାନୀ ,ଟ୍ୟାକ୍ସି ଷ୍ଟାଣ୍ଡ, ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଓ ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଛି l ସୁକିନ୍ଦା ଅଞ୍ଚଳର ଗ୍ୟାରେଜ ଠାରୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟାଳୟରେ ମଧ୍ୟ ଦେବ ଶିଳ୍ପୀ ସହିତ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଛି l ସୁକିନ୍ଦା ଅଞ୍ଚଳରେ ଅନେକ ସ୍ଥାନରେ ବିଶ୍ୱକର୍ମା ପୂଜା ହେଉଥିବାରୁ ଶାନ୍ତି ଶୃଙ୍ଖଳା କୁ ଦୃଷ୍ଟିରେ ରଖି ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *