ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନିକଟସ୍ଥ ପଲଟଣ ପଡିଆ ଠାରେ ଚା, ଖଟିରେ ଦଳୀୟ କର୍ମି ଙ୍କ ପାଖରେ ବସିଲେ ବିଜେଡି ନେତା ତଥା ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁ । ଚା ଖଟିରେ ପ୍ରାୟ ୨୦୦ ରୁ ୩୦୦ କର୍ମୀ ଯୋଗ ଦେଇଥିଲେ । ଜନ ସାଧାରଣ ଓ ଦଳୀୟ କର୍ମୀ ଉକ୍ତ ଚା ଖଟିରେ କହିଥିଲେ ଯେ ଚିଲିକାର ସୁଖ ଦୁଃଖର ସାଥୀ ରଘୁନାଥ ସାହୁ ! ଆଗାମୀ ନିର୍ବାଚନ ରେ ରଘୁନାଥ ସାହୁ ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଦେଖିବାକୁ ଚାହୁଁଛନ୍ତି ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କହିଥିଲେ । ରଘୁନାଥ ସାହୁ କହିଥିଲେ , ଯେ ମୁଁ ଦଳରେ ଅଛି , ଦଳରେ ରହିଥିବି ! ଆଗାମୀ ଦିନ ମାନଙ୍କରେ କିପରି ଦଳ ସୁଦୃଢ ହେବ ସେ ଉପରେ ମୁଁ ଚେଷ୍ଟା ଜାରି ରଖିବା ସହ ପ୍ରତ୍ୟେକ କ୍ଷେତ୍ରରେ ସବୁଦିନ ଭଳି ଆଗାମୀ ଦିନ ମାନଙ୍କରେ ମଧ୍ୟ ଚିଲିକା ବାସୀଙ୍କ ସୁଖ ଦୁଃଖର ସାଥ ଦେବି । ଚା ଖଟିରେ କିଛି ଜନ ସାଧାରଣ ରଘୁନାଥ ସାହୁଙ୍କୁ କିଛି ଅଭିଯୋଗ ଜଣେଇଥିଲେ । ରଘୁନାଥ ସାହୁ ଜନ ସାଧାରଣ ଅଭିଯୋଗ ଗ୍ରହଣ କରିବା ସହ ତାହାର କିପରି ସମସ୍ୟା ର ସମାଧାନ ହେବ ସେଥିପାଇଁ ମଧ୍ୟ ପତିଶୃତି ଦେଇଥିଲେ ।
ବାଣପୁର ଚା ଖଟିରେ ଯୋଗଦେଲେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ !!!

