ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ମଣିଷକୁ ନିଜର ମହତ୍ କର୍ମ ଆଉ ସମାଜ ପ୍ରତି ତ୍ୟାଗ ସମୟ କ୍ରମେ ଆଦର୍ଶ ମଣିଷ ଭାବେ ଗଢିତୋଳେ । ରକ୍ତଦାନ ସେବା ସହ ବହୁବିଧ ମହତ୍ କାର୍ଯ୍ୟର ଜଣେ ସାଧକ ଯୁବ ସମାଜସେବୀ ରକ୍ତଦାତା ରବିନାରାୟଣ ପଟ୍ଟନାୟକ ଏକ ପରିଚିତ ଚେହେରା । ପିତା ଡାକ୍ତର ରାମଚନ୍ଦ୍ର ପଟ୍ଟନାୟକ ଓ ମାତା ବାସନ୍ତୀ ପଟ୍ଟନାୟକ ଙ୍କ କୋଳ ମଣ୍ଡନ କରି ଭୁବେଶ୍ବରରେ ଜନ୍ମିତ ରବିନାରାୟଣ । ଛୋଟ ବେଳୁ ବାପା ମା ଙ୍କୁ ବହୁତ୍ ଭଲ ପାଉଥିବା ରବି , ଏବେ ଉଚ୍ଚ ଶିକ୍ଷା ଶେଷ କରି ଏକ ଉଚ୍ଚ ପଦବୀରେ କାର୍ଯ୍ୟରତ ! ମାତ୍ର ୨୭ ବର୍ଷ ବୟସରେ ସେ ବହୁତ ସଫଳତା ପାଇଛନ୍ତି । ଏହା ସହିତ ମା ଙ୍କ ନାମରେ ଭୁବନେଶ୍ଵର ଜୟଦେବ ବିହାରରେ ଏକ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ କରିଛନ୍ତି ଯାହା ବହୁତ୍ କମ ଦିନରେ ବେଶ୍ ଲୋକ ପ୍ରିୟତା ପାଇଛି । ନିଜ ଜନ୍ମ ଦିନରେ ରକ୍ତଦାନ ( ଏଯାବତ୍ ୧୦ ଥର ରକ୍ତଦାନ ) କରି ସମାଜ ପାଇଁ ଉଦାହରଣ ପାଲଟିଛନ୍ତି । ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଶିବିରରେ ରକ୍ତଦାନ କରିବା ସହ ରକ୍ତଦାତା, ସଙ୍ଗଠକ ଓ ସଂଗଠନ ମାନଙ୍କୁ ଉତ୍ସାହିତ କରିବା ସହ ସହଯୋଗ ପ୍ରଦାନ ମଧ୍ୟ କରିଥାନ୍ତି । ବହୁତ୍ କମ୍ କଥା କହୁଥିବା ସମାଜ ସେବା ସମ୍ପର୍କରେ ତାଙ୍କ ଅଭ୍ୟାସ କଥା ପଚାରିଲେ ସେ କୁହନ୍ତି ସେ ଯେହେତୁ ଅନ୍ୟର ଦୁଃଖ ଦେଖିପାରନ୍ତି ନାହିଁ ତେଣୁ ଯେତେ ବେଳେ ଯିଏ ଯୋଉଠି ସାହାଯ୍ୟ ଦରକାର କରିଥାଏ ସେ ସାହାଯ୍ୟ କରନ୍ତି । ଆଗକୁ ଏକ ବୃଦ୍ଧାଶ୍ରମ କରିବାକୁ ଲକ୍ଷ୍ୟ ରଖିଛନ୍ତି ରବିନାରାୟଣ ପଟ୍ଟନାୟକ ।