ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ଗୋଲଖପୁର ସ୍ଥିତ ଇଟା ଫ୍ୟାକ୍ଟ୍ରିରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଗୋଲଖପୁର ସ୍ଥିତ ଏକ ଇଟା ଫ୍ୟାକ୍ଟ୍ରିରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ନେଇ ଇଟା ଫ୍ୟାକ୍ଟ୍ରି ମାଲିକ ମାଣିଆ ମିଶ୍ର ସୁକିନ୍ଦା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସୁକିନ୍ଦା ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ସୁକିନ୍ଦା ଥାନାର ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ଶେଖର ପରିଡ଼ା ପୋଲିସ ବିଭାଗର ଏକ ସ୍ବତନ୍ତ୍ର ସାଇଣ୍ଟିଫିକ ଟିମ୍ ନେଇ ଘଟଣାସ୍ଥଳରେ ପହଞ୍ଚି ଆଜି ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି ।
ଗୋଲଖପୁର ସ୍ଥିତ ଇଟା ଫ୍ୟାକ୍ଟ୍ରିରୁ ବିଭିନ୍ନ ସାମଗ୍ରୀ ଚୋରି !!!

