ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜଧାନୀ ହସ୍ପିଟାଲ ରକ୍ତ କେନ୍ଦ୍ର ତରଫରୁ ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ରକ୍ତ ଭଣ୍ଡାର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ସ୍ଵେଚ୍ଛାକୃତ ରକ୍ତଦାନ ସମ୍ପର୍କରେ ଡ ଦିଲୀପ ଦାସ ଶର୍ମା ଅଭିଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ପ୍ରଧାନ, ତ୍ରିଲୋଚନ ପ୍ରଧାନ ଏବଂ ହର ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଶିବିରରୁ ୧୫ ଜଣ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ !
ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ ପାଳିତ !!!

