ବାଣପୁର ପାରି ନୂଆଗାଁ ଛକ ନିକଟରେ ଥିବା ଗ୍ରୋସରୀ ଦୋକାନ ରେ କଳାକନା ବୁଲାଇଲl ଚୋର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନନ୍ଦପୁର ପଞ୍ଚାୟତ ପାରି ନୂଆଗାଁ ଛକ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନର ଚାବି ଭାଙ୍ଗି ଚୋର ଏକ ଲ୍ୟାପଟପ ସହିତ ଡ୍ର ଭାଙ୍ଗି ପାଞ୍ଚ ହଜାର ଟଙ୍କାରୁ ଉର୍ଦ୍ଧ ଲୁଟି ନେଇଥିବା ଜଣା ପଡିଛି । ଏକ ଚୋର ଚୋରି କରୁଥିବା ର ସିସି ଟିଭି ଫୁଟେଜରୁ ଜଣା ପଡିଛି ! ଘଟଣା ରୁ ପ୍ରକାଶ ଯେ ଦୋକାନୀ ମାଲିକ ଦେବାଶିଷ ବିଶ୍ୱାଳ ଙ୍କ ଘର ଦୋଳମୁଣ୍ଡେଇ ଗ୍ରାମ ହୋଇଥିବା ବେଳେ, ସେ ପାରିନୁଆଁ ଗାଁ ଛକ ନିକଟରେ ଦୁଇ ବର୍ଷ ହେଲା ଦୋକାନ ଦେଇଛନ୍ତି ! ସେ ସୋମବାର ଦିନ ରାତି ୯.୩୦ ମିନିଟ ରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ! ଉକ୍ତ ଚୋରି ଘଟଣା ଟି ରାତି ଦୁଇ ଘଟିକା ସମୟରେ ଘଟିଥିବା ସି ସି ଟିଭି ଫୁଟେଜ ରୁ ଜଣା ପଡିଛି ! ତେବେ ଏନେଇ ଦୋକାନ ମାଲିକ ବାଣପୁର ଥାନାରେ ଅଭିଯୋଗ କରିବା ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *