ପରଲୋକରେ ସୀତାକାନ୍ତ ମିଶ୍ର !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ , ଦକ୍ଷ ସଂଗଠକ , ବହୁ ସାମାଜିକ ସଂଗଠନ ସହ ଜଡିତ ସମାଜସେବୀ ସୀତାକାନ୍ତ ମିଶ୍ର ଙ୍କର ପରଲୋକ ହୋଇଯାଇଛି ! ବାଙ୍କୀ ଅଞ୍ଚଳରେ ବିରୁ ଭାଇନା ନାମରେ ଆଦୃତ ସୀତାକାନ୍ତ ମିଶ୍ର ଙ୍କର ପରଲୋକ ଖବର ଶୁଣି ବହୁ ଲୋକ ଶେଷ ଦର୍ଶନ ନିମନ୍ତେ ପହଞ୍ଚିଥିଲେ ! ପାର୍ଥିବ ଶରୀର ଶୋଭାଯାତ୍ରା ଶବାଧାରରେ ବାଙ୍କୀର ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ପଦ୍ମଜା ଦେବତା, ଉତ୍କଳମଣି ମନ୍ତ୍ରୀ, ନିତ୍ଯାନନ୍ଦ ସାହୁ, ଦିନେଶ ଲାଲ, ମଦନମୋହନ ରାଉତ, ପଦ୍ମଲୋଚନ ନାୟକ, ପ୍ରଭାତ ମହାପାତ୍ର, କବିରାଜ ଦାଶ, ସୁରେଶ ଦାସ, ପ୍ରଭାତ ରଣା, ପ୍ରତାପ ଚନ୍ଦ୍ର ମହାପାତ୍ର, ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକ, ଉପ ନଗରପାଳ ସନ୍ତୋଷ କୁମାର ରଣା, ଆଇନଜୀବୀ ଶିବ ପ୍ରସାଦ ପାଢୀ , ସନ୍ତୋଷ ବାରିକ, ଚନ୍ଦନ କୁମାର ନାୟକ, ପୂର୍ବତନ ବିଜେପି ବିଧାୟକ ପ୍ରାର୍ଥୀ ଶୁଭ୍ରାଂଶୁ ମୋହନ ପାଢୀ ପ୍ରମୁଖ ଉପସ୍ଥିତ ରହି ଶୋକବାର୍ତ୍ତା ପ୍ରଦାନ କରିଥିଲେ । ବସୁଦ୍ଧା ଟ୍ରଷ୍ଟ ପକ୍ଷରୁ ବାଙ୍କୀ ରଗଡି ସ୍ଥିତ ଗୋଶାଳାଠାରେ ଶ୍ରୀ ମିଶ୍ରଙ୍କର ଶୋକସଭାରେ ଟ୍ରଷ୍ଟର ସଭାପତି ଅଜୟ କୁମାର ସ୍ବାଇଁ, ସିଦ୍ଧେଶ୍ବର ପାଇକରାୟ ଓ ଗୋଶାଳା ପରିବାର ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରିଥିଲେ । ତାଙ୍କ ମର ଶରୀରକୁ ପୁରୀ ସ୍ବର୍ଗଦ୍ବାର ଅଭିମୁଖେ ନିଆଯାଇ ସ୍ବର୍ଗଦ୍ବାରରେ ଶେଷକୃତ୍ଯ ସଂପୂର୍ଣ୍ଣ କରାଯାଇଛି ।

Leave a Reply

Your email address will not be published. Required fields are marked *