ପରିଛଳ ଗ୍ରାମର ଦିବଙ୍ଗତ ସ୍ବର୍ଗତ ହରିହର ସାମନ୍ତରାୟଙ୍କ ସ୍ମୃତି ଚାରଣ ସଭା !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମୀର ସୁନ୍ଦରାୟ : ହରିହର ଥିଲେ ସ୍ବପ୍ନ ଓ ସଂକଳ୍ପ ର ମଣିଷ ! ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ପରିଛଳ ଗ୍ରାମର ଦିବଙ୍ଗତ ସ୍ବର୍ଗତ ହରିହର ସାମନ୍ତରାୟଙ୍କ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି । ଗ୍ରାମର ସର୍ବବିଧ ବିକାଶ ର ସିଏ ଥିଲେ ମୁଖ୍ୟ ପୁରୋଧା । ସେ ଥିଲେ ଜ୍ଞାନ ଏବଂ ନମ୍ରତା ର ମୂର୍ତ୍ତିମନ୍ତ ପ୍ରତୀକ। ଛାତ୍ର ଜୀବନରୁ ଗାଁ ପ୍ରତି ଆନୁଗତ୍ୟ, ଅନୁଷ୍ଠାନ କୁ ଗଢି ତୋଳିବା, ସାହିତ୍ୟ ,ସଂସ୍କୃତି ଏଇଭଳି ସେ ଥିଲେ ତ୍ରିବେଣୀ ସଙ୍ଗମ। ତାଙ୍କ ସ୍ମୃତି ଚାରଣ ସଭା ରେ ମୁଖ୍ୟ ଅତିଥି ଭାବରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ର ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥିବଲ୍ଲଭ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ଓଡ଼ିଶା ଖଣ୍ଡାୟତ କଳ୍କୀ ସେନା ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଯୋଗୀନାଥ ବଳିଆରସିଂହ, ରାଜ୍ୟ ସମ୍ପାଦକ ବିଷ୍ଣୁ ଚରଣ ସାମନ୍ତରାୟ, ରାଜ୍ୟ ଉପଦେଷ୍ଟା ନବ କିଶୋର ବିଧାର, ରାଜ୍ୟ ସଂଯୋଜକ ଜମ୍ବେଶ୍ଵର ମଙ୍ଗରାଜ ମୁଖ୍ୟ ବକ୍ତା ଭାବରେ ଗୋବିନ୍ଦପୁର ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର ପାହାଡସିଂହ ଏବଂ ସଭା ସଂଯୋଜକ ଭାବରେ ସଞ୍ଜୟ କୁମାର ମହାପାତ୍ର ଯୋଗଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ବ୍ରଜମୋହନ ସାହୁ, ରବୀନ୍ଦ୍ରନାଥ ଷଡ଼ଙ୍ଗୀ,ଦାମଦୋର ସାହୁ, ପ୍ରଦୀପ ମହାନ୍ତି,ଅଭିରାମ ମହାପାତ୍ର, ସତ୍ୟାନନ୍ଦ ସାହୁ, ନିତ୍ୟାନନ୍ଦ ମହାନ୍ତି, ଅକ୍ଷୟ ବାରିକ ପ୍ରମୁଖ ମାନେ ଯୋଗଦାନ କରି ସ୍ବର୍ଗତ ସାମନ୍ତରାୟ ଙ୍କ ସ୍ମୃତି ଚାରଣ କରି ପବିତ୍ର ଅମର ଆତ୍ମାର ସଦଗତି କାମନା କରିଥିଲେ।

Leave a Reply

Your email address will not be published. Required fields are marked *