ଜଣେ ଆଦର୍ଶ ଯୁବ ସମାଜସେବୀ ଓ ନିଆରା ବ୍ୟକ୍ତିତ୍ୱ : ବିକ୍ରମ କେଶରୀ ନାଥ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଜଣେ ଯୁବ ପ୍ରତିଭା ଯିଏକି ବଡ଼ ମଣିଷ ମାନଙ୍କ ଆଦର୍ଶରେ ଅନୁପ୍ରାଣିତ , ଜଣେ ଯୁବ ସମାଜସେବୀ, ମାନବବାଦୀ, ସ୍ବେଚ୍ଛାସେବୀ, ସ୍ୱାଭିମାନୀ, ଦକ୍ଷ ସଂଗଠକ, ପରିବେଶବିତ୍ ହେଇଛନ୍ତି ବିକ୍ରମ କେଶରୀ ନାଥ । ପିତା ଶ୍ରୀଯୁକ୍ତ ବିପିନ ବିହାରୀ ନାଥ ଓ ମାତା ଶ୍ରୀମତୀ ପ୍ରତିମା ନାଥଙ୍କ କୋଳ ମଣ୍ଡନ କରି ୧୯୯୬ ସାଲରେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି । ରକ୍ତଦାନ ଶିବିର ଆୟୋଜନ,ଅଭାବୀ ମେଧା ବିଦ୍ୟାର୍ଥୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ,ସ୍ବାସ୍ଥ୍ୟ ସଚେତନତା ଶିବିର ସହ ଔଷଧ ବଣ୍ଟନ,ବୃକ୍ଷ ରୋପଣ ଆଦି ଅନେକ କାର୍ଯ୍ୟରେ ସେ ନିଜର ବହୁମୂଲ୍ୟ ସମୟ ଓ ଶ୍ରମ ଦାନ କରିଥାନ୍ତି | ଛାତ୍ର ଜୀବନରୁ ଶିକ୍ଷାକୁ ଭଲ ପାଇ ଏଥିରେ ଆଗ୍ରହ ରଖି ସେ ସମାଜସେବାରେ ସ୍ନାତକତ୍ତର, ପାଠାଗାର ସୂଚନା ବିଜ୍ଞାନରେ ସ୍ନାତକତ୍ତୋର ଏବଂ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକଉତ୍ତର ଶିକ୍ଷା ସମ୍ପର୍ଣ କରିଛନ୍ତି l ସେ ଉଚ୍ଚଶିକ୍ଷା ଲାଭ ପରେ ଅଧୁନା ଶିକ୍ଷାଦାନ ସେବାରେ ବ୍ରତୀ l ସେ ଅଗ୍ରଣୀ ସାମାଜିକ ସଂଗଠନର “ସଞ୍ଜିବନୀ ସେଵା ଫାଉଣ୍ଡେସନ”ର ସମ୍ପାଦକ ଭାବେ ସେବା କାର୍ଯ୍ୟରତ । ପିଲଟି ଦିନରୁ ତାଙ୍କ ନିଶା,ସମାଜସେବା,ପୁସ୍ତକ ପଠନ ଓ ସାହିତ୍ୟ ସେବା । କଟକ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ସଂଗଠନର ଜାତୀୟ ଯୁବ ସ୍ୱେଚ୍ଛାସେବୀ ଭାବରେ ଗ୍ରାମା ଅଞ୍ଚଳରେ ଯୁବ ସଶକ୍ତିକରଣ,ରକ୍ତଦାନ, ନେତୃତ୍ୱର ବିକାଶ,ପରିବେଶ ସୁରକ୍ଷା,ବୃକ୍ଷ ରୋପଣ,ସଫେଇ,ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କରିବା ସହ ଜଣେ ଅଙ୍ଗଦାତା ଭାବରେ ମୃତ୍ୟୁ ପରେ ନିଜକୁ ସମାଜ ସେଵାରେ ନିୟୋଜିତ କରିବାର ଅତି ମାନବୀୟ ଅନନ୍ୟ ଆଦର୍ଶ ଲକ୍ଷ୍ୟ ରଖିଛନ୍ତି ଯାହା ସମଗ୍ର ଓଡିଆ ଜାତି ପାଇଁ ଗର୍ବ ଓ ଗୌରବର ପରିଭାଷା l ସେ ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ ନିମନ୍ତେ ଜଙ୍ଗଲ ଓ ପରିବେଶ ବିଭାଗରୁ ୨୦୨୨ ମସିହାରେ ପ୍ରକୃତି ବନ୍ଧୁ ପୁରସ୍କାର,ସର୍ବ ଭାରତୀୟ ସ୍ତରରେ କର୍ଣ୍ଣାଟକ ଠାରେ ଆୟୋଜିତ ଜାତୀୟ ଯୁବ ଦିବସରେ ଯୁବ ପ୍ରତିଭା ଭାବରେ ପ୍ରତିନିଧିତ୍ବ ଏବଂ କୃତିତ୍ୱ ହାସଲ,ବିଭିନ୍ନ ସାମାଜିକ ଅନୁଷ୍ଠାନରୁ ସମାଜସେଵା ନିମନ୍ତେ ଅନେକ ପ୍ରଶଂସା ପତ୍ର ଲାଭ କରିଛନ୍ତି । ସାମାଜିକ କାର୍ଯ୍ୟକୁ ପ୍ରାଧାନ୍ୟ ଦେବା ପୂର୍ବକ ସଞ୍ଜିବନି ସେଵା ଫାଉଣ୍ଡେସନ ପକ୍ଷରୁ ଅନେକ ସାମାଜିକ କାର୍ଯ୍ୟ ଯଥା ବୃକ୍ଷ ରୋପଣ,ସ୍ୱଚ୍ଛତା, ମେଧାବୀଙ୍କୁ ସମ୍ବର୍ଦ୍ଧନା,ଅସହାୟ ଏବଂ ରୋଗୀକୁ ସାହାଯ୍ୟ,ଅଙ୍ଗଦାନ କର୍ମ ଶାଳା,ମୌଳିକ ସୁବିଧାରୁ ବଞ୍ଚିତ ବ୍ୟାକ୍ତିଙ୍କୁ ସାହାଯ୍ୟ,ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସଚେତନତା ଆଦି ଅନେକ ମହତ୍ କାର୍ଯ୍ୟର ସେ ସ୍ରଷ୍ଟା ।

Leave a Reply

Your email address will not be published. Required fields are marked *