ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ପବ୍ଲିକ ରାଇଟ ଆସୋସିଏସନ୍ ତରଫରୁ ଆସୋସିଏସନ୍ ର ସଦସ୍ୟା ମିତାଲି ମଧୁସ୍ମିତା ନାୟକ ଙ୍କ ପୁତ୍ର ଶ୍ରୀମାନ ଶାଶ୍ଵତ ଙ୍କ ଜନ୍ମ ଦିବସକୁ ଏକ ନିଆରା ଢ଼ଙ୍ଗରେ ପାଳନ କରାଯାଇଛି ! ଆସୋସିଏସନ୍ ରାଜ୍ୟ ମହିଳା ଶାଖା ସଭାନେତ୍ରୀ ଶ୍ରୀମତୀ ପଙ୍କଜିନି ବେହୁରା ଙ୍କ ତତ୍ବାବଧାନରେ, ସମ୍ବେଦନା, ସ୍ନେହା ଫାଉଣ୍ଡେସନ ଓ ରାଜା ମଧୁସୂଦନ ଡ଼ିଗ୍ରୀ ମହାବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ଆର୍ଥିକ ଅନଗ୍ରସର ପିଲାଙ୍କୁ “ପ୍ରୋଜେକ୍ଟ ବିଦ୍ୟା” ମାଧ୍ୟମରେ ଶିକ୍ଷା ଯୋଗାଇ ଦିଆଯାଉଥିବା ପିଲା ମାନଙ୍କ ସହ, କେକ୍ କାଟି, ଖାତା, ପେନ୍, କିଛି ଶୁଖିଲା ଖାଦ୍ୟ ଦେଇ , ନାଚ, ଗୀତ କରି ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପବ୍ଲିକ ରାଇଟ ଆସୋସିଏନ ଓଡ଼ିଶା ର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତିର୍ମୟୀ ପଣ୍ଡା, ସମ୍ବେଦନା ର ପ୍ରତିଷ୍ଠାତ୍ରୀ ଶ୍ରୀମତୀ ସୁଜାତା ପଶାୟତ, ଯୁବ ସାମ୍ବାଦିକ ଦୁଷ୍ମନ୍ତ କୁମାର ଜେନା , ଆଇନଜୀବୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବାରିକ, ସଂଯୁକ୍ତା ଦେହୁରୀ, ଅଞ୍ଜନା ପାଲ, ମିତାରାଣୀ ମିଶ୍ର, ଫିରୋଜ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।


