ଗଜପତି ଜିଲ୍ଲା ଶିକ୍ଷା ବିଭାଗର ମାସିକ ସମୀକ୍ଷା ଵୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଶିକ୍ଷା ବିଭାଗର ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋଶ କୁମାର ନାୟକ ,ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ, ସମସ୍ତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ , ଜିଲ୍ଲାର ବିଭିନ୍ନ ବିଦ୍ୟାଳର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ନୀତି ଆୟୋଗର ସହଯୋଗୀ ସଂସ୍ଥା ପିରାମଲ ଫାଉଣ୍ଡେସନର ପ୍ରତିନିଧି ଓ ଗାନ୍ଧୀ ଫେଲୋ ଉପସ୍ଥିତ ରହିଥିଲେ । ଆଜିର ବୈଠକରେ ଜିଲ୍ଲାପାଳ କହିଥିଲେ ଯେ ଚଳିତ ବର୍ଷ ଦଶମ ପରୀକ୍ଷାର ଫଳାଫଳ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ କିପରି ଭଲ ନମ୍ବର ରଖିବେ ସେଥିପ୍ରତି ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଧ୍ୟାନ ଦେବା ଆବଶ୍ୟକ । ସେହିପରି ମାସିକ ଛାତ୍ରଛାତ୍ରୀ ମାନଙ୍କର ପ୍ରତିଦିନ ଉପସ୍ଥାପନା, ପ୍ରଗତି କାର୍ଡ, ମାସିକ ବିବରଣୀ ଇତ୍ୟାଦି ପ୍ରଧାନ ଶିକ୍ଷକ ସମୀକ୍ଷା କରିବେ। ଛାତ୍ରଛାତ୍ରୀ ମାନଙ୍କର ପ୍ରସ୍ତୁତ ସମସ୍ତ ବିଷୟ ଭିତ୍ତିକ ସଂକ୍ଷିପ୍ତ ଟିପଣୀ, ଡେମୋ ସ୍କୁଲ ଏବଂ ବ୍ୟାକ ଟୁ ସ୍କୁଲ ଯୋଜନା ବିଷୟରେ ଆଲୋଚନା ହୋଇଥିଲା ।

Leave a Reply

Your email address will not be published. Required fields are marked *