ନୟାଗଡ଼ ଜିଲ୍ଲାରେ ବିଜେପିର ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ନୂତନ ବିଜେପି ସଭାପତି ତାପସ ରଞ୍ଜନ ମାର୍ଥାଙ୍କୁ ନୟାଗଡ଼ ଜିଲ୍ଲା ବିଜେପି ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୟାଗଡ଼ ବ୍ଲକ କେନ୍ଦୁଢିପି ଠାରୁ ନୟାଗଡ଼ ବାରମାସି ଦଣ୍ଡାରେ ଥିବା କଲ୍ୟାଣୀ ମଣ୍ଡପ ପର୍ଯ୍ୟନ୍ତ ଏକ ବାଇକ ଶୋଭାଯାତ୍ରାରେ ବିଜେପି କର୍ମୀମାନେ ତାଙ୍କୁ ପାଛୋଟି ଆଣିଥିଲେ । ଏହି ଅବସରରେ କଲ୍ୟାଣ ମଣ୍ଡପରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥୁଲା । ଅତିଥି ଭାବେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ନୟାଗଡ଼ ଜିଲ୍ଲା ପ୍ରଭାରି ନିରଞ୍ଜନ ମିଶ୍ର, ରାଜ୍ୟ ଯୁବ ବିଜେପି ସଭାପତି ଅଭିଳାସ ପଣ୍ଡା, ରାଜ୍ୟ କାର୍ଯ୍ୟ ନିର୍ବାହି ସଦସ୍ୟ ଅଶୋକ ମିଶ୍ର, ବିଜେପି ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ, ଦଶପଲ୍ଲାର ପୂର୍ବତନ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଖଣ୍ଡପଡ଼ାର ପୂର୍ବତନ ବିଜେପି ପ୍ରାର୍ଥୀ ଅର୍ଚ୍ଚନା ଦାସ, ବିଜେପିର ପୂର୍ବତନ ସଭାପତି ସନ୍ୟାସୀ ନାୟକ ଓ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

ନୂତନ ସଭାପତିଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅତିଥି ମାନେ ଆଗାମୀ ଦିନରେ ବିଜେପି କିପରି ଶକ୍ତିଶାଳୀ ହେବ ସମସ୍ତ ବିଜେପି କର୍ମୀ ଏକ ପରିବାର ପରି ରହିବ ସେଥି ନିମନ୍ତେ ଆହ୍ବାନ ଦେଇଥିଲେ । ନୟାଗଡ଼ ଜିଲ୍ଲାର ୪ ଗୋଟି ଯାକ ନିର୍ବାଚନ ମଣ୍ଡଳୀ କିପରି ଭଲ ପ୍ରଦର୍ଶନ କରିବ ଏବଂ ସମସ୍ତ ଆସନକୁ ଜିତିବ ସେଥି ନିମନ୍ତେ ଅତିଥ୍‌ ମାନେ ବକ୍ତବ୍ୟ ରଖିଥିଲେ ।

 

 

 

 

Leave a Reply

Your email address will not be published. Required fields are marked *