ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ରକ୍ତ ଅଭାବରୁ ଆମ୍ଭେ କାହାକୁ ମରିବାକୁ ଦେବୁନାହିଁ ବୋଲି ସଂକଳ୍ପ କରି ଶୁକ୍ରବାର ବାଲୁଗାଁ ଗୋପୀନାଥପୁର ଛକରେ ଅବସ୍ଥାପିତ ଡିଏଭି ଗୁରୁକୂଳ ବିଦ୍ୟାଳୟ ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ମିତା ବେହେରା ନାମ୍ନୀ ଜଣେ ମହିଳାଙ୍କ ଓ ନେଗେଟିଭ ବିରଳ ରକ୍ତ ସଂଗ୍ରହ କରାଯାଇଛି । ସବୁଠାରୁ ଉଲ୍ଲେଖନିୟ ବିଷୟ ନାଚୁଣି ସମ୍ବାଦ ପ୍ରତିନିଧି ପ୍ରଦୋଷ କୁମାର ଦାସ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ବେଳେ ଏହାକୁ ମିଶାଇ ୫୭ ଥର ରକ୍ତଦାନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ବାଲୁଗାଁ କୁମ୍ଭୀରପଡା ଠାରେ ଥିବା ଜରାନିବାସର ପ୍ରତିଷ୍ଠାତା ତଥା ସମାଜସେବୀ ସୁକାନ୍ତ ବିଶ୍ୱାଳ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ ।

ଡିଏଭି ଗୁରୁକୂଳ ବିଦ୍ୟାଳୟର ଅଧ୍ୟକ୍ଷ ରାମଚନ୍ଦ୍ର ଦାଶ , ସମ୍ପାଦକ ତଥା ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ମହାପାତ୍ର ,ପ୍ରଧାନ ଶିକ୍ଷକ ପ୍ରେମଜିତ ସାହୁ ,ଯୁବ ସମାଜସେବୀ ଅନନ୍ତ ଚରଣ ଖଟେଇଙ୍କ ନେତୃତ୍ବରେ ସମ୍ବାଦ ଆମ ଓଡ଼ିଶାର ସଂଯୋଜକ ତଥା ସାମ୍ବାଦିକ ଟୁଟୁ ପଟ୍ଟନାୟକ ,ସାମ୍ବାଦିକ ଜିତେନ୍ଦ୍ର କୁମାର ପଣ୍ଡା ,ସାମ୍ବାଦିକ ଅଶୋକ କୁମାର ଜେନା , ସାମ୍ବାଦିକ ଦିଲ୍ଲୀପ କୁମାର ସ୍ୱାଇଁ ଓ ସାମ୍ବାଦିକ ପ୍ରଦୋଷ କୁମାର ଦାସଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ବାଲୁଗାଁ ମେଡ଼ିକାଲର ଡାକ୍ତର ସୁଧାଂଶୁ ମୋହନ ମହାରଣା ଖୋର୍ଦ୍ଧା ବ୍ଲଡ଼ ବ୍ୟାଙ୍କର ଟେକ୍ନିସିଆନ ଅରୁଣ କୁମାର ସାହୁ , ଝାନସି ରାଣୀ ପାତ୍ର , ଶ୍ରୀକାନ୍ତ କୁମାର ସାମନ୍ତସିଂହାର , ଲକ୍ଷ୍ମୀପ୍ରିୟା ପ୍ରଧାନ ଯୋଗଦେଇ ରକ୍ତ ସଂଗ୍ରହ କରିବା ସହିତ ରକ୍ତ ନମୁନା ବାହାର କରିଥିଲେ । ରକ୍ତଦାତା ମାନେ ହେଲେ -: ମିତା ବେହେରା ,ବସନ୍ତ କୁମାର ସ୍ବାଇଁ , ଅରୁଣ କୁମାର ନାୟକ , ଦାମ ପାଣି , ଶୁଭଶ୍ରୀ ପୃଷ୍ଟି , ପ୍ରୀତି ପ୍ରିୟା ଜେନା ,ଶିବ ସୁନ୍ଦର ପରିଡା ,ଆଶୁତୋଷ ସାହୁ , ରୁଚିଶ୍ମିତା ପଣ୍ଡା , ଆଲୋକ ଗଜେନ୍ଦ୍ର , କୃଷ୍ଣନେନ୍ଦୁ ପ୍ରଧାନ , ଜୟଶ୍ରୀ ପାଇକରାୟ , ଚନ୍ଦନ ବେହେରା , ଅଭିମନ୍ୟୁ ପ୍ରଧାନ , ଅଚ୍ୟୁତ ମହାପାତ୍ର , ଏସ ଲିଲା ସୁବୁଦ୍ଧି , ଦୀପକ କୁମାର ପ୍ରଧାନ , ତୋଫାନ ପୃଷ୍ଟି , ସୁକେଶ ତ୍ରିପାଠୀ , ରୋହନ କୁମାର ପ୍ରଧାନ ,ଭୋଳନାଥ ବାରିକ , ସନ୍ତୋଷ କୁମାର ତ୍ରିପାଠୀ ,ମହେଶ କୁମାର ସାହୁ , ପ୍ରିୟଙ୍କା ସୁବୁଦ୍ଧି , ବିକାଶ ପାଇକରାୟ ,କୁନି ସାହୁ , ଶୁଭରତ୍ନ ପାଣିଗ୍ରାହୀ , ଶୁଶାନ୍ତ କୁମାର ସାହୁ , ପ୍ରିୟବ୍ରତ ସାମନ୍ତରାୟ , ଆୟୁଷ୍ମାନ ମହାରଥୀ , ପ୍ରେମଦୀପ ସାହୁ , ପ୍ରଶାନ୍ତ କୁମାର ମହାପାତ୍ର , ପ୍ରଦୋଷ କୁମାର ଦାସ , ବିରଞ୍ଚି ନାରାୟଣ ଜେନା ଓ ମନୋଜ କୁମାର ପିଲାଇ ରକ୍ତଦାନ କରିଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ମିତା ମହାପାତ୍ର , ଜ୍ୟୋତି ପ୍ରକାଶ ତ୍ରିପାଠୀ , ମନୋଜ କୁମାର ପଲାଇ ,ତ୍ରିବେଣି ପଣ୍ଡା ,ମିତୁ ମଞ୍ଜରୀ ଦାଶ , ପୂଜାରିଣୀ ପଲାଇ , ଶାଶ୍ୱତି ପଣ୍ଡା ,ପୂଜାଶ୍ରୀ ପାଇକରାୟ , ପଦ୍ମଜା ବିଶ୍ୱାଳ , ରୁଚିସ୍ମିତା ପଣ୍ଡା , ସୁନିତା ସାମଲ ,ଶୁଭଶ୍ରୀ ପୃଷ୍ଟି , ଲୋପାମୁଦ୍ରା ମହାପାତ୍ର , ନିରୁପମା ପାଇକରାୟ ଓ ସ୍ୱପ୍ନାଞ୍ଜଳି ସାହୁ ।

