ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଯୁବ ସମାଜସେବୀ ତଥା ୨୬ ଥରରୁ ଉର୍ଦ୍ଧ ଏସ ଡି ପି ଦାନ କରିଥିବା ସତ୍ୟମ୍ ଦାସ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ପରିସରରେ ଏକ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା। ଏହି ଶିବିରକୁ ରାଜଧାନୀ ଡ଼ାକ୍ତରଖାନା ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଉଦ୍ଘାଟନ କରିଥିଲେ । ଶିବିରରେ ୨୦ ରୁ ଉର୍ଦ୍ଧ ସ୍ଵେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ମିଶନ ରକ୍ତଦାନ ର ନାରାୟଣ ବେହେରା, ଗୁନୁ ଆଚାର୍ଯ୍ୟ,ବିଭୂତି ଭୂଷଣ ସାହୁ,ଏବଂ ଅଲ ଓଡ଼ିଶା ଗୋପାଳ ସମାଜ ର ସ୍ୱର୍ଣଲତା ବେହେରା, ରାଜେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ
ଜନ୍ମ ଦିନରେ ରକ୍ତଦାନ ଶିବିର !!!

