ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଧାନ ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳଙ୍କ ନେତୃତ୍ୱରେ 5 ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଉପ ଜିଲ୍ଲାପାଳ ଙ୍କ ଜରିଆରେ ମହା ମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଅତିଶୀଘ୍ର ରାଜ୍ୟର ସମସ୍ତ ଧାନ ମଣ୍ଡି ଖୋଲନ୍ତୁ , ଧାନ ମଣ୍ଡି ସବୁଦିନ ପାଇଁ ଖୋଲା ରହୁ, ଧାନ କିଣା କାରବାରରେ କଟନୀ ଛଟନୀ ବନ୍ଦ କରାଯାଉ । ଧାନମଣ୍ଡିରେ ମିଲର ମାନଙ୍କ ଦାଦାଗିରି ବନ୍ଦ କରିବା ସହିତ ମିଲର ମାନଙ୍କ ପ୍ରବେଶକୁ ବନ୍ଦ କରାଯାଉ । ଧାନ କିଣା କାରବାରରେ ଟୋକେନ୍ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ । ଏହିପରି 5 ଦଫା ଦାବି ଗୁଡିକ ରହିଛି । ଏହି କାର୍ଯ୍ୟକ୍ରମରେ ଏ ବସନ୍ତ ରାଓ, ଗୋବର୍ଦ୍ଧନ ଗାଣ୍ଟା, ଶ୍ରୀଧର ନାଇଡୁ, ବି ଲକ୍ଷ୍ମଣ ରାଓ, ଏ କୁଳ ବର୍ଦ୍ଧନ ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।