ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭାରତରେ କ୍ରମଶଃ ବଢୁଛି କରୋନା ଆକ୍ଟିଭ୍ କେସ । ଗତ ଦୀପାବଳି ପୂର୍ବରୁ ଏହାର ମାତ୍ରା ୧୧୪ ମଧ୍ୟରେ ସୀମିତ ଥିବାବେଳେ ଆଜି ଏହା ୩୫୨ରେ ପହଞ୍ଚିଛି। ଏହି ମାତ୍ରାକୁ କମାଇବା ପାଇଁ ହେଲେ ଭିଡ ଠାରୁ ଦୂରେଇ ରହିବା ଏବଂ ସତର୍କତା ଅବଲମ୍ବନ ସହ ମାକ୍ସ ଓ ସାନିଟାଇଜର୍ ବ୍ୟବହାରର ଆବଶ୍ୟକତା ରହିଛି। ଜନ ସଚେତନତା ଓ ସେବା ଉଦ୍ଦେଶ୍ୟରେ ଆଜକୁ ୧୩୫୦ ଦିନ ଧରି ନିରବଚ୍ଛିନ୍ନ ଭାବରେ ବିଭିନ୍ନ ସ୍ଥାନରେ କୋଭିଡ୍ କିଟ୍ ସହ ଗରିବ ଓ ଅସହାୟ ଲୋକଙ୍କୁ ରିଲିଫ୍ ବଣ୍ଟନ ଜାରି ରହିଛି। ଯାଜପୁର ଜିଲ୍ଲାର ବାବଲପୁର ସ୍ଥିତ ଆନ୍ତର୍ଜାତିକ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଜାରି ରହିଛି। ପ୍ରତି ୨୫ ଦିନରେ ଦୈନିକ କାର୍ଯ୍ୟ ଗୁଡ଼ିକର ସମୀକ୍ଷା କରାଯାଏ । ଏହି ପରିପ୍ରକ୍ଷୀରେ ୧୩୫୦ତମ ଦିବସର ୫୪ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁର ସ୍ଥିତ ଡଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ୍ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଫାଉଣ୍ଡେସନର ପ୍ରତିଷ୍ଠାତା ଚିନ୍ମୟ ଦାଶଙ୍କ ସଭାପତିତ୍ବରେ ସମୀକ୍ଷକ ଭାବରେ ମାଷ୍ଟର ମିହିର କୁମାର୍, କଳାକାର ଶଶିକାନ୍ତ ପଣ୍ଡା, ସତ୍ୟ ରଞ୍ଜନ ବାରିକ୍, ସୁଶ୍ରୀ ସଂଗୀତା ସେନାପତି ଆଦି ଯୋଗଦାନ କରିଥିଲେ। କରୋନାର କ୍ରମଶଃ ବୃଦ୍ଧିକୁ ଦୃଷ୍ଟିରେ ରଖି ଆଉ କିଛି ଦିନ ଏହି ସଚେତନତା ଓ କୋଭିଡ କିଟ୍ ବଣ୍ଟନ କାର୍ଯ୍ୟକ୍ରମକୁ ଜାରି ରଖିବା ପାଇଁ ଫାଉଣ୍ଡେସନର କର୍ମକର୍ତ୍ତା ମାନଙ୍କ ଦ୍ଵାରା ଆଜିର ବୈଠକରେ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ନିର୍ମଳ ଜେନା,ଅନିଲ କୁମାର ମଲ୍ଲସାମନ୍ତ, ନିଳୀମା ମଲ୍ଲିକ, ରାକେଶ କୁମାର ଜେନା, ସନ୍ତୋସ୍ଵିନୀ ବେହୁରୀଆ, ଦେବସ୍ମିତା ଜେନା, ମଧୁସ୍ମିତା ମହାନ୍ତି, ସ୍ମୃତିମୟୀ ଜେନା, ବିକାଶ ବେହେରା, ଦୁର୍ଗା ପ୍ରସାଦ ରାଉତ ଆଦି ସହଯୋଗ କରିଥିଲେ।
ଚିନ୍ମୟ ଫାଉଣ୍ଡେସନର କରୋନା କିଟ୍ ଓ ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମର ୫୪ ତମ ସମୀକ୍ଷା ବୈଠକ !!!

