ନୟାଗଡ଼ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାର ସବୁଠାରୁ ବଡ଼ ସଂଗୀତ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଭଏସ ଅଫ ନୟାଗଡ଼ର ଚତୁର୍ଥ ସଂସ୍କରଣ ୧୦ ଡିସେମ୍ବର ୨୦୨୩ ରୁ ଆରମ୍ଭ ହେବାକୁ ଯାଉଅଛି । ନୟାଗଡ଼ ବ୍ଲକର ଅଡିସନ ୧୦ ଡିସେମ୍ବର ୨୦୨୩ ରବିବାର ସକାଳ ୯ଟା ରେ ସ୍ଥାନୀୟ ଏନ୍ଏସି ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଏହି ପ୍ରତିଯୋଗିତା ପର୍ଯ୍ୟାୟ କ୍ରମେ ନୟାଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ଅନୁଷ୍ଠିତ ହେବ । ସେମିଫାଇନାଲ ଏବଂ ଫାଇନାଲ ପ୍ରତିଯୋଗିତା ନୟାଗଡ଼ ରେ କରାଯିବ । ପ୍ରତିଯୋଗିତା ରେ ପ୍ରଥମ ପୁରସ୍କାର ୧୦ ହଜାର ଓ ଟ୍ରଫି ସହ ଓଡ଼ିଶାର ଏକ ପ୍ରତିଷ୍ଠିତ ମ୍ୟୁଜିକ କମ୍ପାନୀର ଆଲବମ୍ ରେ ଗୀତ ଗାଇବାର ସୁଯୋଗ ପ୍ରଦାନ କରାଯିବ । ସେହିପରି ଦ୍ବିତୀୟ ଏବଂ ତୃତୀୟ ପୁରସ୍କାର ଯଥାକ୍ରମେ ୫ ହଜାର ଓ ୩ ହଜାର ଟଙ୍କା ରହିଥିବା ସୂଚନା ଦିଆଯାଇଛି। ଏହି ପ୍ରତିଯୋଗିତାକୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ଯ ନୟାଗଡ଼ କ୍ଲବ ଆୟୋଜନ କରୁଛି ।
୧୦ ଡିସେମ୍ବର ରୁ ଭଏସ ଅଫ୍ ନୟାଗଡ଼ !!!

