ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ସଜାଗ ରହିଛି ଭାରତୀୟ ନୌସେନା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାତ୍ୟା ‘ଗୁଲାବ’ର ମୁକାବିଲା ପାଇଁ ସଜାଗ ରହିଛି ଭାରତୀୟ ନୌସେନା . ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ତେବେ ଭାରତୀୟ ନୌସେନା ବାତ୍ୟାର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି । ମୁଖ୍ୟାଳୟ ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ନାଭାଲ ଅଫିସର ଇନଚାର୍ଜ ଓଡ଼ିଶା ତଥା କମାଣ୍ଡିଙ୍ଗ ଅଫିସର ଆଇଏନଏସ ଚିଲିକା କମୋରେଡ଼ ଏନ. ପି ପ୍ରଦୀପ ମିଳିତ ଭାବେ ବାତ୍ୟା ‘ଗୁଲାବ’ର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି । ପ୍ରସ୍ତୁତିର ଏକ ଅଂଶ ଭାବରେ ବନ୍ୟା ରିଲିଫ୍ ଟିମ୍ ଏବଂ ଡାଇଭିଂ ଟିମ୍ ଓଡିଶାରେ ପୂର୍ବ ପ୍ରସ୍ତୁତ ହୋଇ ତୁରନ୍ତ ସହାୟତା ନିମନ୍ତେ ବିଶାଖାପାଟନମ ଯିବାପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଭାରତୀୟ ନୌସେନାର ଦୁଇ ଗୋଟି ଜାହାଜ ମାନବିକ ସହାୟତା ଏବଂ ବିପର୍ଯ୍ୟୟ ପ୍ରଶମନ ସାମଗ୍ରୀ ଓ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଆଶଙ୍କା ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ପୂର୍ବରୁ ଉପସ୍ଥିତ ଅଛି । ନାଭାଲ୍ ଏୟାର ଷ୍ଟେସନ୍ ବିଶାଖାପାଟନମ ରେ ଥିବା ଆଇଏନଏସ ଡେଗା ଏବଂ ଚେନ୍ନାଇ ନିକଟରେ ଥିବା ଆଇଏନଏସ ରଜାଲିରେ ଅଧିକ ପ୍ରଭାବିତ ଅଞ୍ଚଳ , ଆହତଙ୍କ ନିରାପତ୍ତା ଏବଂ ରିଲିଫ୍ ସାମଗ୍ରୀର ଏୟାର ଡ୍ରପ୍ ବିଷୟରେ ବିମାନ ସର୍ଭେ କରିବା ପାଇଁ ଭାରତୀୟ ନୌସେନାର ବିମାନଗୁଡ଼ିକ ପ୍ରସ୍ତୁତ ରହିଛି ।

Leave a Reply

Your email address will not be published. Required fields are marked *