ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଘର ଯୋଗାଇ ଦେବାକୁ ନିୟମ ରହି ଥିଲେବି, ରାଜନୈତିକ ଓ ଆର୍ଥିକ ସ୍ୱାର୍ଥ ପାଇଁ ଯୋଗ୍ୟ ହିତାଧିକାରୀ ମାନେ ବଳି ପଡୁଛିନ୍ତି l ବ୍ଲକରୁ ପଞ୍ଚାୟତ କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ଆମ୍ପୋଲବା ଗ୍ରାମର ହରିଜନ ବସ୍ତିବାସିନ୍ଦା l ସୁକିନ୍ଦା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇ କିଲୋମିଟର , ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ଦୁଇଶହ ମିଟର ଆମ୍ପୋଲବା ହରିଜନ ସହି l ଦ୍ୱୀପ ତଳ ଅନ୍ଧାର ଥିବା ପରି , ଆମ୍ପୋଲବା ସରପଞ୍ଚ କି ବ୍ଲକ ଅଧିକାରୀଙ୍କ ଦୃଷ୍ଟି ପଡିନାହିଁ ଆମ୍ପୋଲବା ହରିଜନ ସହି ଯୋଗ୍ୟ ହିତାଧିକାରୀଙ୍କ ଉପରେ l ସୁକିନ୍ଦା ବ୍ଲକ ବିଡ଼ିଓ ଏବଂ ଆମ୍ପୋଲବା ସରପଞ୍ଚଙ୍କୁ ବାରମ୍ବାର ଗୁହାରି କଲେବି କୌଣସି ପ୍ରକାର ସହାୟତା ମିଳୁନାହିଁ ବୋଲି ଅଭିଯୋଗ କରିଛନ୍ତି ଛୁଆ ପିଲାଙ୍କୁ ଧରି ଭଙ୍ଗାରୁଜା ଘରେ ରହୁଥିବା ଲମ୍ବଧର ମଲ୍ଲିକ ଓ ତାଙ୍କ ରୋଗୀଣl ଧର୍ମ ପତ୍ନୀ କମି ମଲ୍ଲିକ l ଅନ୍ୟ ପଟରେ ନଟବର ଓ ରମାକାନ୍ତ ଅନେକ ଥର ଅଭିଯୋଗ କରିବା ପରେବି ଆବାସ ଯୋଜନାରୁ ବଞ୍ଚିତ ରହି କର୍ମକୁ ଆଦରି ଭଙ୍ଗାଘରେ ରହୁଥିବା ଅଭିଯୋଗ କରିଛନ୍ତି l