ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କତକମରା ଖମାର ସିଆରୀମାଲି ଗ୍ରାମ ମଧ୍ୟରେ ଥିବା ରୋହିଣୀ ନେତ୍ର ଆଗ୍ରୋ କର୍ପୋରେସନ ରେ ଏକ ଜଙ୍ଗଲି ହାତୀ ପଶି ଅନେକ ଫସଲ ନଷ୍ଟ କରିଦେଇଛି । ରୋହିଣୀ ନେତ୍ର ଆଗ୍ରୋ କର୍ପୋରେସନ ର ପାର୍ଟନର ବିବେକାନନ୍ଦ ମିଶ୍ର ଙ୍କ କହିବା ଅନୁସାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୧.୩୦ – ୨ଟା ପର୍ଯ୍ୟନ୍ତ ଏକ ଜଙ୍ଗଲି ହାତୀ ଏହା ମଧ୍ୟକୁ ପସି ଆସିଥିଲା ଏବଂ ଭିତରେ ଲଗା ଯାଇଥିବା ଅନେକ କଦଳୀ ଗଛ, କାକୁଡି ଗଛ, କଖାରୁ ଗଛ ଏବଂ ଅନେକ କିଛି ନଷ୍ଟ ବିନଷ୍ଟ କରିଦେଇଛି । ଆଜି ସକାଳୁ ସେ cctv କ୍ୟାମେରା ରୁ ଏହା ଦେଖିଲା ପରେ, ନିଜେ ରୋହିଣୀ ନେତ୍ର ଆଗ୍ରୋ କର୍ପୋରେସନ ମଧ୍ୟକୁ ଆସିବା ସହ ଢେଙ୍କାନାଳ DFO ଙ୍କୁ ଏଥି ସମ୍ବନ୍ଧୀୟ ସୂଚନା ଦେଇଥିଲେ । ଜିଲ୍ଲା ଜଙ୍ଗଲ ବିଭାଗ ର କର୍ମଚାରୀ ମାନେ ଘଟଣା ସ୍ଥଳକୁ ଆସି ସମସ୍ତ ବିବରଣୀ କୁ ଲେଖି ନେବା ସହ ଏଥି ପ୍ରତି ଆଗକୁ ଧ୍ୟାନ ଦେବା ସହ ପେଟ୍ରୋଲିଂ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ବାରମ୍ବାର ହାତୀ ଉପଦ୍ରବ ଘଟଣା ଢେଙ୍କାନାଳରେ ଘଟି ଆସୁଥିଲେ ମଧ୍ୟ ଆଗକୁ ଜିଲ୍ଲା ଜଙ୍ଗଲ ବିଭାଗ ଏଥିପ୍ରତି କି କି ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଛି ।