ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜୋନ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ଥ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ଜୋନ ସ୍ତରୀୟ ଆନ୍ତଃ ବିଦ୍ୟାଳୟ ମହିଳା କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। ଆଜି ପ୍ରଥମ ଦିନ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗୋଦାବରୀଶ ମହା ବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତା, ଗ୍ରାମୀଣ ମହିଳା ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତି, ୪ ନମ୍ବର ୱାଡ କାଉନସିଲର ରାସଲତା ଜେନା,ପୂର୍ବତନ ଖେଳ ଶିକ୍ଷକ ବୈରାଗୀ ଚରଣ ବଳ, ଖେଳ ଶିକ୍ଷକ ବିଭୁଦେନ୍ଧୁ ମାନସିଂହ ଓ ଅଧ୍ୟାପକ ସର୍ବେଶ୍ଵର ଷଡ଼ଙ୍ଗୀ ଯୋଗଦେଇ କିପରି ମହିଳା ମାନେ କ୍ରୀଡା କ୍ଷେତ୍ରରେ ଉନ୍ନତି ଆଣି ପାରିବେ ସେ ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ଆଜି ପ୍ରଥମ ଦିନରେ ଗୋଦାବରୀଶ ମହା ବିଦ୍ୟାଳୟ, ବାଣପୁର ଗ୍ରାମୀଣ ମହିଳା ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଟିଆ ଭୁବନେଶ୍ଵର ଏହି ତିନୋଟି ଟିମ୍ କବାଡି ପ୍ରତିଯୋଗିତା ରେ ଭାଗ ନେଇଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ଗୋଦାବରୀଶ ମହା ବିଦ୍ୟାଳୟ ଟିମ୍ କୁ ପରାଜୟ କରି ବାଣପୁର ଗ୍ରାମୀଣ ମହିଳା ବିଦ୍ୟାଳୟ ବିଜୟ ହୋଇଥିଲେ। ଫାଇନାଲ ରାଉଣ୍ଡରେ ଗ୍ରାମୀଣ ମହିଳା ବିଦ୍ୟାଳୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଟିଆ ଭୁବନେଶ୍ଵର ଟିମ୍ ସହିତ ମୁକାବିଲା କରି ବିଜୟ ହୋଇଛନ୍ତି । ସୁନିଲ ପଟନାୟକ, କଳ୍ପଶ୍ରୀ ପ୍ରଧାନ ଓ ଶିବ ଶଙ୍କର ପଣ୍ଡା ଉକ୍ତ ଖେଳ ପ୍ରତିଯୋଗିତା କୁ ପରିଚାଳନା କରିଥିଲେ ।।

Leave a Reply

Your email address will not be published. Required fields are marked *