ନୂଆ – ଓ କାର୍ଯ୍ୟକ୍ରମ ରେ ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଯୋଗ ପ୍ରଶିକ୍ଷଣ ଶିବିର !!!

0
156

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହା ବିଦ୍ୟାଳୟରେ ଓଡ଼ିଶା ସରକାରଙ୍କ ନୂଆ – ଓ କାର୍ଯ୍ୟକ୍ରମ ମାଧ୍ୟମରେ ଏକ ଯୋଗ ପଶିକ୍ଷଣ ଶିବିର ଯୁକ୍ତ ୩ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମ କୁ ମହା ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିନାୟକ ହୋତା ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ କୁ ଦିନ ଚର୍ଯ୍ୟରେ ସାମିଲ କରିବାକୁ ଉପଦେଶ ଦେଇଥିଲେ। ଆଗାମୀ ଦିନରେ କିପରି ଅନୁଷ୍ଠାନ ରେ ଅଧିକ ଯୋଗ ଓ ସ୍ଵାସ୍ଥ୍ୟ ରକ୍ଷା ସମ୍ପର୍କ ରେ କାର୍ଯ୍ୟକ୍ରମ କରାଯାଇ ପାରିବ ସେ ବିଷୟରେ ସଂପ୍ରସାରଣ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ପଶିକ୍ଷକ ଭାବେ ଅନୁଷ୍ଠାନର ପୂର୍ବତନ ପ୍ରାଣୀ ବିଜ୍ଞାନ ଡେମନ ଷ୍ଟେଟର ଶ୍ରୀଯୁକ୍ତ ଜୟନ୍ତୀ ଲାଲ ଆର୍ ଚୌହାନ ଛାତ୍ର ଛାତ୍ରୀ ମାନଙ୍କୁ ବିଭିନ୍ନ ତରିକାରେ ଯୋଗ ଶିଖେଇ ସେଗୁଡ଼ିକର ଶରୀରର ଆଭ୍ୟନ୍ତରୀଣ ଅଙ୍ଗ ଗୁଡ଼ିକ କିପରି ସକ୍ରିୟ ହୋଇ ରୋଗ ମୁକ୍ତ କରିବାରେ ସହାୟକ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୁକ୍ତ ୩ ର ନୋଡାଲ ଅଫିସର ଡକ୍ଟର ସୁର ପ୍ରତାପ ନରେନ୍ଦ୍ର ସିଂ ବର୍ମା, ଯୁକ୍ତ ୨ ନୋଡାଲ ଅଫିସର ଶ୍ରୀଯୁକ୍ତ ଜୟନ୍ତ ବିହାରୀ, ଡକ୍ଟର ସୁଜାତା ମିଶ୍ର, ଡକ୍ଟର ଋତୁସ୍ମିତା ମିଶ୍ର, ଶ୍ରୀଯୁକ୍ତ ବାଦଲ ବେହେରା, ଶ୍ରୀଯୁକ୍ତ ସତ୍ୟାନନ୍ଦ ମହାରଣା, ଶ୍ରୀ ପୃଥିବିରାଜ ପ୍ରଧାନ, ଶ୍ରୀ ଗୋଲଖ କୁମାର ବେହେରା ଓ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ ଯୋଗ ଦେଇଥିଲେ । ପରିଶେଷରେ ଯୁକ୍ତ ୩ ସମାଜ ସେବା କାର୍ଯ୍ୟକ୍ରମ ର ସଂଯୋଜକ ଶ୍ରୀଯୁକ୍ତ ଆଦିତ୍ୟ ସାରଥି ବେଦମାତା ଧନ୍ୟବାଦ୍ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here