ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ଙ୍କ ଟଙ୍କା ଲୁଟି ଚମ୍ପଟ ମାରିଲେ ବ୍ୟାଙ୍କ ବିସି ! ଦୀର୍ଘ ଦିନ ଧରି ମହିଳା ଙ୍କୁ ଭୁଆଁ ବୁଲେଇ ତାଙ୍କ ଅର୍ଥ ରାଶି କୁ କଲେକ୍ସନ ନାଁ ରେ ହେରଫେର କରି ଆସୁଥିଲେ ବ୍ୟାଙ୍କ ବିସି ! ଆଉ ଏବେ ଘଟଣା ସମ୍ପର୍କ ରେ ଜଣାପଡିବାରୁ ରାତାରାତି ଉଭାନ ହୋଇ ଯାଇଛନ୍ତି ବ୍ୟାଙ୍କ କରେଶପଣ୍ଡେନ୍ସ ଅଶ୍ୱିନୀ ସ୍ୱାଇଁ | ଘଟଣା ଟି ହେଉଛି କଟକ ଜିଲ୍ଲା ବାଙ୍କୀ ବ୍ଲକ ଲୋଚନପୁର ଗ୍ରାମ ର ! ସୂଚନା ଅନୁଯାୟୀ ଏହି ଗ୍ରାମ ର ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ ନିକଟସ୍ଥ ସୁବର୍ଣ୍ଣପୁର ଗ୍ରାମ୍ୟ ବ୍ୟାଙ୍କ ରୁ ଗୋଷ୍ଠୀ ଋଣ ଆଣି ପ୍ରତ୍ୟେକ ମାସ ରେ କିସ୍ତି ସୁଝୁଥିବା ବେଳେ , କିସ୍ତି ଆଦାୟରେ ଆସୁଥିବା ବ୍ୟାଙ୍କ ବିସି ଅଶ୍ୱିନୀ ସ୍ୱାଇଁ ଅତି ଚତୁରତା ର ସହିତ ଏହି କିସ୍ତି ଗୁଡିକ ଆତ୍ମସାତ କରିବା ସହ ମହିଳା ମାନଙ୍କୁ ବୋକା ବନେଇ ଏକ ମିଥ୍ୟା ମୋବାଇଲ ମେସେଜ ର ବ୍ୟବହାର ମଧ୍ୟ କରି ଆସୁଥିଲେ | ଯାହାକି ମହିଳା ମାନଙ୍କ ମୋବାଇଲ ଫୋନ କୁ ସବୁବେଳେ ଆସୁଥିଲା ! ଫଲସ ମନି ଡିପୋଜିଟ ର ମେସେଜ ଏବଂ ଖାଲି ସେତିକି ନୁହେଁ ମହିଳା ଗୋଷ୍ଠୀ ର ସଭାପତି ଏବଂ ସମ୍ପାଦିକା ଙ୍କ ଜାଲି ଦସ୍ତଖତ କରି ଗ୍ରାମ ର ସାତୋଟି ରୁ ଅଧିକ ମହିଳା ଗୋଷ୍ଠୀ ର ବ୍ୟାଙ୍କ ଆକାଉଣ୍ଟ ରୁ ଉଠାଇ ନେଇଛି ପ୍ରାୟ 18 ଲକ୍ଷ ରୁ ଉର୍ଦ୍ଧ ଟଙ୍କା | ଏହି ଅର୍ଥ କେଳେଙ୍କାରୀ ରେ ଅଶ୍ୱିନୀ ଙ୍କ ସହ ବ୍ୟାଙ୍କ ର ପୂର୍ବତନ ଶାଖା ପରିଚାଳକ ହେମନ୍ତ ସାହୁ ଏବଂ ଗ୍ରାମ ର ଏକ ମହିଳା ଗୋଷ୍ଠୀ ର ସମ୍ପାଦିକା ପ୍ରେମଲତା ସ୍ୱାଇଁ ଙ୍କ ହାତ ଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ଗ୍ରାମ ର ଶତାଧିକ ମହିଳା | ଘଟଣା ସମ୍ପର୍କ ରେ ଜଣା ପଡିବା ପରେ ପୂର୍ବରୁ ଧମକ ଚମକ ଦେଉଥିବା ଅଶ୍ୱିନୀ ଏବେ ଗାଁ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି | ଅପର ପଟେ ଏ ସଂକ୍ରାନ୍ତ ରେ ନ୍ୟାୟ ଦାବି କରି ଗ୍ରାମ ର ଶତାଧିକ ମହିଳା ବାଙ୍କୀ ଥାନା ଅଧିକାରୀ ଏବଂ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି | ଠକ ଅଶ୍ୱିନୀ ବିଷୟରେ ଵା ତାର କେଳେଙ୍କାରୀ ବିଷୟରେ ବ୍ୟାଙ୍କ କର୍ମକର୍ତା ଯେତେବେଳେ ଜାଣି ପାରିଥିଲେ , ତେବେ ଏହି ବିଷୟରେ ମହିଳା ଗୋଷ୍ଠୀ କୁ କାହିଁକି କୌଣସି ସୂଚନା ଦେଇନଥିଲେ ଏବଂ କିଭଳି ବ୍ୟାଙ୍କ ଅର୍ଥ କୁ ଆଦାୟ ର ବ୍ୟବସ୍ଥା ନକରି, କାହାକୁ କିଛି ନଜଣେଇ ବ୍ୟାଙ୍କ କାର୍ଯ୍ୟରୁ ଅଶ୍ୱିନୀ କୁ ତରବରିଆ ଭାବେ ବହିଷ୍କାର କରି ଦେଇଥିଲେ ଏହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି | ଯାହାକି ଏଭଳି କାର୍ଯ୍ୟ ପାଇଁ, ବ୍ୟାଙ୍କ କର୍ତୃପକ୍ଷଙ୍କ ଭୂମିକାକୁ ନେଇ ସାଧାରଣ ରେ ସନ୍ଦେହ ସୃଷ୍ଟି କରୁଛି | କୌଣସି ଆର୍ଥିକ କାରବାର ସମୟରେ ଅତ୍ୟନ୍ତ ସାବଧାନ ଵା ସତର୍କ ରହିବା ଵା ସଠିକ ତଦାରଖ କରିବା ନିହାତି ଜରୁରୀ ଅଟେ | ନଚେତ ଆଜିର ସମାଜ ରେ ଏଭଳି ବହୁ ଅଶ୍ୱିନୀ ଵା ଦଲାଲ ମାନଙ୍କ ର ଶିକାର ହୋଇ ହୀନସ୍ତା ହେବା ଟା କିଛି ଅସମ୍ଭବ ନୁହେଁ |
ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ଜମା ଟଙ୍କା ଚଳୁ କରି ବ୍ୟାଙ୍କ କର୍ମଚାରୀ ଉଭାନ !!!

