ଛାତ୍ରୀ ଙ୍କୁ କମେଣ୍ଟ ମାରିବା ପଡ଼ିଲା ମହଙ୍ଗା : ଲୋକେ ଧରିଲେ ବହେ ଖୋବିଲେ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ପଲଟଣ ପଡ଼ିଆ ନିକଟରେ କିଛି ନାବାଳିକା ଟିଉସନ ଯାଉଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ଅଶ୍ଳୀଳ ଇଙ୍ଗିତ ଓ କମେଣ୍ଟ କରୁଥିବା ବେଳେ ସ୍ଥାନୀୟ ଲୋକ ମାନଙ୍କ ଦ୍ୱାରା ଉତ୍ତମ ମଧ୍ୟମ ଛେଚା ଖାଇଛି ! ତାକୁ ଲୋକେ ବାଣପୁର ପୋଲିସ କୁ ଜିମା ଦେଇଥିବା ଜଣା ପଡିଛି । ଖବର ରୁ ପ୍ରକାଶ ଯେ ବାଣପୁର ଗମ୍ଭାରୀମୁଣ୍ଡା ନୂଆସାହି ଅଞ୍ଚଳର କିଛି ନାବାଳିକା ପ୍ରତ୍ୟେହ ସକାଳେ ବାଣପୁର କୁ ଟିଉସନ ଆସୁଥିବା ବେଳେ ବାଣପୁର ଓଡଗାଁ ଗ୍ରାମର ଯୁଧିଷ୍ଟିର ସେଠୀ ଙ୍କ ପୁଅ ବିଜୟ ସେଠୀ (୩୦) ଅଧିକାଂଶ ସମୟରେ ସେମାନଙ୍କ ପିଛା କରି ଅଶ୍ଳୀଳ କମେଣ୍ଟ କରୁଥିବା ବେଳେ ଶନିବାର ପଲଟଣ ପଡ଼ିଆ ନିକଟରେ ଟ୍ୟୁସନ ଯାଉଥିବା ନାବାଳିକା ଛାତ୍ରୀ ମାନଙ୍କୁ ବାଇକ୍ ରେ ପିଛା କରିବା ସହ କମେଣ୍ଟ କରୁଥିଲା ! ସ୍ଥାନୀୟ ଲୋକେ ଉକ୍ତ ଯୁବକ ଜଣଙ୍କୁ କାବୁ କରି ବେଶ ଛେଚିବା ସଙ୍ଗେ ସଙ୍ଗେ ବାଣପୁର ପୋଲିସ କୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଜଣଙ୍କୁ ଥାନା କୁ ନେଇ ଅଭିଯୋଗ ମୁତାବକ ୪୯୬/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବାର ବାଣପୁର ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି।।

Leave a Reply

Your email address will not be published. Required fields are marked *