ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡା ପରିଷଦର ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ଗୁରୁବାର ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଶ୍ରୀମତୀ ବିଜୟା ବନ୍ଦନା ରାଉତରାୟଙ୍କ ସଭାପତିତ୍ୱ ରେ ଆୟୋଜିତ ଭବ୍ୟ ସମାରୋହରେ ନୂତନ ଓଡିଶା ଉନ୍ନତ ଓଡିଶା ଆନୁକୂଲ୍ୟରେ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼ ଶୂରପ୍ରତାପ ନରେନ୍ଦ୍ର ସିଂ ବର୍ମା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ବିନାୟକ ହୋତା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ।କ୍ରୀଡା ପରିଷଦର ଉପସଭାପତି ଶ୍ରୀ ପୁଲୀନ ବିହାରୀ ଜେନା ବିବରଣୀ ପାଠ କରିଥିବା ବେଳେ ଅତିଥି ଭାବର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଶ୍ରୀ ମିଟୁ ନାୟକ ଯୋଗଦେଇ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରି ମହାବିଦ୍ୟାଳୟର ବିକାଶ ପାଇଁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ପୁରାତନ କ୍ରୀଡା ଶିକ୍ଷକ ଶ୍ରୀ ବୈରାଗୀ ଚରଣ ବଳ ଓ ବର୍ତ୍ତମାନର କ୍ରୀଡା ଶିକ୍ଷକ ଶ୍ରୀ ଦେବାଶିଷ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ମିଶ୍ର, ନୋଡାଲ ଅଫିସର ଶ୍ରୀ ଜୟନ୍ତ କୁମାର ବିହାରୀ, କ୍ରୀଡା ପରିଷଦର ସହ ଉପସଭାପତି ଶ୍ରୀ ଅଜୟ କୁମାର ଦାଶ,ପ୍ରଭାତ କୁମାର ଶାସମଲ, ଶ୍ରୀ ଅଶ୍ଵିନୀ ବାରିକ, ଶ୍ରୀ ଚିତ୍ରସେନ ପ୍ରଧାନ ଓ ଏନ୍ ସି ସି ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।ଏନସିସି ଅଧିକାରୀ ଡ଼ ଗୁରୁକିଶୋର ନାୟକ ମଞ୍ଚ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ଉତ୍ସବକୁ ସଫଳ କରିଥିଲେ।
ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରେ କ୍ରୀଡା ପରିଷଦର ବାର୍ଷିକ ଉତ୍ସବ !!!

